ତାମିଲନାଡୁ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝର, ୦୧/୦୭/୨୦୨୬ (ଓଡ଼ିଶା ସମାଚାର)-  ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ପେରିୟାପାଲ୍ଲୀଆମ୍ ନିକଟରେ ଥିବା ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ୍ ଏକ୍ସପୋର୍ଟ କମ୍ପାନୀରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ବୁଧବାର ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି।ମୃତ ଯୁବତୀ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଖରବା ଗ୍ରାମର ଭୀମ ଜୁଆଙ୍ଗଙ୍କ ଝିଅ ଅଞ୍ଜନା ଜୁଆଙ୍ଗ। ଗ୍ୟାସ ଲିକ୍ ଘଟଣା ପରେ ସେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *