କଟକ ସଦର , ୨୩/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ମଣିଜଙ୍ଗ ପଞ୍ଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ରଞ୍ଜିତା ନାୟକ ଙ୍କ ଗତକାଲି (ବୁଧବାର ଦିନ) ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ପ୍ରତିମୂର୍ତ୍ତି କୁ
କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉନ୍ମୋଚନ କରିଥିବା ଜଣାଯାଇଛି। ଏହି ଉପଲକ୍ଷେ ସୁଦାମଵତୀ ବିଜେପି ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ ଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଧାସୁମନ ଅର୍ପଣ କରିଥିଲେ। ଏଥିରେ କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ତଥା ନେମାଳ ଆସିଆନା ଚ୍ୟାରିଟେଵୁଲ ଟ୍ରଷ୍ଟ ର ସଭାପତି ପ୍ରଦୀପ ବେହେରା ଯୋଗ ଦେଇ ରଞ୍ଜିତା ଙ୍କ ସରପଂଚ ସମୟରେ ହୋଇଥିବା ଜନକଲ୍ୟାଣ କାର୍ୟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ରଞ୍ଜିତା ଙ୍କ ସ୍ମୃତି ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଗତବର୍ଷ କନ୍ଦରପୁର ନିକଟରେ ଏକ ସଡକ ଦୁର୍ଘଟଣାରେ ରଞ୍ଜିତା ଙ୍କର ଅକାଳ ମୃତ୍ୟୁ ଘଟିଥିଲା।