ଭଞ୍ଜ ସାହିତ୍ୟ ଓଡ଼ିଆ ଜାତିର ଅସ୍ମିତା—

“ଘୁମୁସର ର ସ୍ବର” ପକ୍ଷରୁ ୧୬୩ତମ ଆଲୋଚନା ଚକ୍ରରେ ଅତିଥିଙ୍କ ବକ୍ତବ୍ୟ
ଭଞ୍ଜନଗର ୨୯/୦୬/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ବାଲିପଦର ଅହଲ୍ୟା ଦେବୀ ମହାବିଦ୍ୟାଳୟର ସଭା କକ୍ଷରେ ପ୍ରତିଷ୍ଠାନର ସଭାପତି ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ୧୬୩ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।

“ଭଞ୍ଜଙ୍କ ବୈଦେହୀଶ ବିଳାସ କାବ୍ୟରେ ପାଣ୍ଡିତ୍ୟ ଶୀର୍ଷକ ଆଲୋଚନାରେ ଅତିଥି ଭାବେ ଯୋଗଦେଇ ଭଞ୍ଜ ଗବେଷକ କାମ ରାଜୁ ସାହାଣୀ ଭଞ୍ଜ ସାହିତ୍ୟ ଓଡ଼ିଆ ଜାତିର ଅସ୍ମିତା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ତମ ଅତିଥି ଭାବେ ଶିକ୍ଷାବିତ୍ ଡ. ସୂର୍ୟ୍ୟ ନାରାୟଣ ପଣ୍ଡା, ଆଶୁକବି ନନ୍ଦ କିଶୋର ପ୍ରଧାନ, କବି ପଦ୍ମଲୋଚନ ଗୌଡ, ଅଧ୍ୟାପିକା ଇତିଶ୍ରୀ ନାୟକ, ବନିତା କୁମାରୀ ନାୟକ, ମିନତି ରାଣୀ ଗୌଡ, କୈଳାଶ ଚନ୍ଦ୍ର ପ୍ରଧାନ,ବ୍ରୁନ୍ଦାବନ ମହାନ୍ତି ଯୋଗଦେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବାରମ୍ବାର ଭଞ୍ଜ ସାହିତ୍ୟ ଆଲୋଚନାର ସୁଯୋଗ ସ୍ରୁଷ୍ଟି କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇ ଥିବା ବେଳେ ଶେଷରେ ଖଲିପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *