ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର,୦୨/୦୨/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତାକାଲି ଶନିବାର ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବସିବ। ଶନିବାର ସନ୍ଧ୍ୟା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବସିବ । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବା ସମ୍ଭାବନା ରହିଛି ।
କ୍ୟାବିନେଟ ବୈଠକ ପରେ ପରେ ମନ୍ତ୍ରିପରିଷଦ ବୈଠକ ବସିବ। ଏଥିରେ କାମଚଲା ବଜେଟକୁ ମଞ୍ଜୁରୀ ମିଳିବ। ଆସନ୍ତା ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଏହି କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେକରାଯାଏ ।

Leave a Reply

Your email address will not be published. Required fields are marked *