ଚିତ୍ରୋତ୍ପଳାନଦୀ ରେ ଜନାର୍ଦ୍ଦନପୁରରୁ କୁଳିଆ ସେତୁ ର ଶିଳାନ୍ୟାସ ୯ ତାରିଖ ଶନିବାର

 ନିଶ୍ଚିନ୍ତକୋଇଲି,୦୮/୦୩/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )- କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦ୍ଦନପୁର ପଞ୍ଚାୟତ ଶନିଶ୍ଚରପୀଠ ଠାରୁ ଚିତ୍ରୋତ୍ପଳା ନଦୀରେ ଏକ ସ୍ଥାୟୀ ସେତୁ ନିର୍ମାଣ ନିମନ୍ତେ ୯  ତାରିଖ ଶନିବାର ଶିଳାନ୍ୟାସ ହେଉଥିବା ପ୍ରାପ୍ତ ସୂଚନା ରୁ ଜଣାପଡିଛି । ପୂର୍ବାହ୍ନ ୧୧ଟା ରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ, ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ମୁଖ୍ୟ ବକ୍ତା, ପ୍ରାକ୍ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେବେ । ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରିବେ ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା । ଏହି ସେତୁ ର ଲମ୍ବ ୯୦୦ମିଟର ହେଉଥିବା ବେଳେ ଏଥିପାଇଁ ବ୍ୟୟ ଅଟକଳ ୮୬  କୋଟି ହୋଇଥିବା ପ୍ରାପ୍ତ ସୂଚନା ରୁ ଜଣାପଡିଛି । ଏହି ସେତୁ କଟକ ସଦର ର ଜନାର୍ଦ୍ଦନ ପୁର ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୋଲଣପୁର ପଞ୍ଚାୟତ ର କୁଳିଆ କୁ ସଂଯୋଗ କରିବ । ଏହି ସେତୁ ନିର୍ମାଣ ହେବାଦ୍ବାରା କଟକ ସଦର, ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ସହ ଯୋଗାଯୋଗ ସୁଗମ ହୋଇପାରବ । ଏଥିପାଇଁ ଦ୍ବି୍ପାଞ୍ଚଳ ବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *