ବଙ୍ଗାଳପୁର ପଂଚାୟତରେ ପ୍ରଶାସନ ଗାଁ କୁ ଚାଲ ଶିବିର

ଗରଦପୁର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର)- ସରକାର ବଦଳିବା ପରେ ପଲ୍ଲୀ ରୁ ପ୍ରଶାସନ ଭଳି କାର୍ଯ୍ୟକ୍ରମ ଜାରି ରହିଛି । ସେହି କ୍ରମରେ ଆଜି ପ୍ରଥମ କରି ଗରଦପୁର ବ୍ଳକ୍ ବଙ୍ଗାଳପୁର ପଂଚାୟତରେ ପ୍ରଶାସନ ଗାଁ କୁ ଚାଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ତରଫରୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଜନ ଶୁଣାଣି ବା ପ୍ରଶାସନ ଗାଁ କୁ ଚାଲ ଶିବିରରେ ଭାରାପ୍ରାପ୍ତ ବିଡ଼ିଓ ଅନିରୁଦ୍ଧ ବେହେରା , ତହସିଲଦାର ତୃପ୍ତି ଦାସ, ପାଟକୁରା ମେଡ଼ିକାଲ ଅଫିସର ନୀରଂଜନ କର, ମୃତିକା ସଂରକ୍ଷଣ ଅଧିକାରୀ ଶ୍ରୀମନ୍ତ ସ୍ୱାଇଁ, ସରପଂଚ ଅମିୟ କୁମାର ଜେନା ଙ୍କ ସମେତ ମତ୍ସ୍ୟ, କୃଷି, ପାନୀୟ ଜଳ, ଗ୍ରାମିଣ ବିକାଶ, ମହିଳା ଶିଶୁ ବିକାଶ , ଯୋଗାଣ , ଏମଜିରାଏସ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ଅସୁବିଧା ଓ ସମାଧାନ ପାଇଁ ଶୁଣାଣି କରିଥିଲେ । ଏହି ଅବସରରେ ପଂଚାୟତ ଅଧିକାରିଣୀ ପାର୍ବତୀ ବାରିକ, ଏବିଡ଼ିଓ ମୃଣ୍ମୟ ରାଉତ, ଏସିପି ସାରଦା ପ୍ରସନ୍ନ ବାରିକ, ଆଲୋକ କୁମାର ପତି, ଅଶ୍ୱିନୀ କୁମାର ଦାସ ପ୍ରମୁଖ ଯୋଗଦେଇ ଶୁଣାଣି କରିଥିଲେ । ଏହି ଶିବିରରେ ଆବାସ ଗୃହ ପାଇବା ପାଇଁ ହିତାଧିକାରୀମାନେ ସେମାନଙ୍କ ଅଭିଯୋଗ କରିଥିଲେ । ପାନୀୟ ଜଳ ଯୋଗାଣ ବିଭାଗ ରେ ଚାଂଚୋଳ ଗ୍ରାମରେ ପାଣି ଯୋଗାଉଥିବା ମୋଟର ପମ୍ପ ଚାଳକ ରମାକାନ୍ତ ରାଉତ ଦୀର୍ଘ ୩ ବର୍ଷ ହେବ ଦରମା ପାଉନଥିବା ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରମୋଦ ନାୟକ, ଗୁଣନିଧି ଦାସ, ମନୋଜ ମଲିକ, ସଂଜୟ ସ୍ୱାଇଁ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ , ସିଆରପି , ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *