ହଂସନାଥ ରାମଲୀଳା ପ୍ରଚାର ପ୍ରସାର ସମିତି ସଭାପତି ହେଲେ ସୁରେଶ ସାହୁ, ଅଭିନନ୍ଦନର ସୁଅ

କଟକ ସଦର,୨୬/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଥିବା ସର୍ବ ପୁରାତନ ଶ୍ରୀ ଶ୍ରୀ ହଂସନାଥ ରାମଲୀଳା ପ୍ରଚାର ପ୍ରସାର ସମିତିର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି।

ଏହି ଉପଲକ୍ଷେ ଗୁରୁ ବାଉରୀବନ୍ଧୁ ନାୟକଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ସମିତିର ବହୁ ସଦସ୍ୟ ମାନଙ୍କ ସହିତ ଅରୁଣ କୁମାର ଦାଶ,ମାନସ ପଣ୍ଡା, ସୁରେଶ ସାହୁ, କିଶୋର ପଣ୍ଡା, ପ୍ରହଲ୍ଲାଦ ସାହୁ, ବସନ୍ତ ପଣ୍ଡା ଦିନେଶ ବେହେରା ପ୍ରମୁଖ ଉପସ୍ଥିତ ରହି ଆଗାମୀ ବର୍ଷ ପାଇଁ ନୂତନ ସଭାପତି ଭାବେ ସୁରେଶ ସାହୁ ଓ ସଂପାଦକ ଭାବେ କିଶୋର ପଣ୍ଡା ଙ୍କୁ ଚୟନ କରିଥିଲେ।

ଏଥିସହିତ ଚଳିତବର୍ଷ ଶ୍ରାବଣ ମାସରେ ମନ୍ଦିର ପରିସରରେ ନିର୍ଦ୍ଦେଶକ ବିଶ୍ୱଜିତ ପଟେଲ ଙ୍କ ନିର୍ଦ୍ଦେଶନ ଏଵଂ ମାରୁତିଶ୍ରୀ ସ୍ୱର୍ଗତ ରବିନ୍ଦ୍ର ସେଠୀଙ୍କ ରଚିତ “ମୋ କାନ୍ତ ଗଲେ ମୃଗ ମାରି” ବହି ପୂଜା କରାଯାଇଥିଲା। ଏଥିପାଇଁ ଦୁଇ ନୂତନ କର୍ମକର୍ତ୍ତା ସଭାପତି ସୁରେଶ ସାହୁ ଓ ସଂପାଦକ କିଶୋର ପଣ୍ଡା ଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *