ନୂଆ ଜଗନ୍ନାଥ ସଡ଼କ ଠାରୁ ଚନ୍ଦନପୁର ରାସ୍ତା ଉନ୍ନତିକରଣ ପାଇଁ  ଭିତିପ୍ରସ୍ତର ସ୍ଥାପନ

     ବହୁଦିନ ର ସ୍ବପ୍ନ ସାକାର ହେବ

ନିରାକାରପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତର ନୂଆ ଜଗନ୍ନାଥ ସଡ଼କ ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଭାୟା ଗୁଡବେଡି  ଗ୍ରାମ  ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ଆଜି ରାମେଶ୍ବର ଠାରେ ଏକ ସୁତନ୍ତ୍ର କାର୍ଯ୍ୟକ୍ରମରେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ୪୦୨.୪୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଏହି ରାସ୍ତାଟି ଏହି ଅଞ୍ଚଳର ବହୁ ଦିନ ର ସ୍ବପ୍ନ ଥିଲା। ୫.୬୯ କିଲୋମିଟର ରାସ୍ତା ଉନ୍ନତିକାରଣ ପାଇଁ ଆଜି ଅନୁଷ୍ଠିତ ଭିତିପସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂ ଓ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଯୋଗଦେଇ ଆନୁଷ୍ଠାନିକ ଭାବେ ଶ୍ରୀଫଳ ଭାଙ୍ଗି ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୧୨ ନଂ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ସରପଂଚ ରଞ୍ଜିତା ଜଗଦେବ, ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ଵାଳ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ ଏସ ଡି ଓ ପ୍ରସନ୍ନ କୁମାର ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ନାରାୟଣ ସେଠୀ ପରିଚାଳନା କରିଥିଲେ। ଏହି ରାସ୍ତାର ଉନ୍ନତିକରଣ ପରେ ଜଗତପୁର, ରାମେଶ୍ବର, ତାଳପଡା ଓ ଗୁଡବେଡି ଗ୍ରାମର ଗ୍ରାମବାସୀ ସୁବିଧା ପାଇବେ।

Leave a Reply

Your email address will not be published. Required fields are marked *