ଜଗତସିଂହପୁର ୨୫/୦୬/୨୦୨୬ (ଓଡ଼ିଶା ସମାଚାର)-ଆଜି ଅପରାହ୍ନ ରେ ଉଚ୍ଚଶିକ୍ଷା ବିଭାଗ ଏବଂ ପୌର ପରିଷଦ ର ମିଳିତ ଆନୁକୂଲ୍ୟରେ ଜଗତସିଂହପୁର ପୌର ପରିଷଦ ଅଞ୍ଚଳ ର ସୋମନାଥ ହାଟ ବଜାର ନିକଟରେ ଏକ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ଙ୍କ ତତ୍ତ୍ୱାବଧାନ ରେ ପୌରାଂଚଳ ର ବିଭିନ୍ନ ମହାବିଦ୍ୟାଳୟ ର ୨୦୦ ରୁ ଅଧିକ ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି, ସ୍ବଚ୍ଛ ସାଥୀ, ପୌର ପରିଷଦ କର୍ମଚାରୀ ପ୍ରମୁଖ ସୋମନଥ ହାଟ ବଜାର ନିକଟରେ ଏକତ୍ରିତ ହୋଇ ସ୍ବଚ୍ଛତା ଅଭିଯାନ ରେ ସାମିଲ ହୋଇଥିଲେ।

ପୌର ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ସିଂହ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ଉପସ୍ଥିତି ରେ ସ୍ବଚ୍ଛ ଭାରତ ର ବିଭିନ୍ନ ସ୍ଲୋଗାନ ସହ ଅଧିକାରୀ , ପିଲାମାନେ ଓ କର୍ମଚାରୀ ମାନେ ଅଳିଆ ଆବର୍ଜନା ସଫା କରି ପୌର ପରିଷଦ ଅଳିଆ ଗାଡି ରେ ପକାଇଥିଲେ। ସ୍ବଚ୍ଛ ଓଡ଼ିଶା ଆମର ଲକ୍ଷ୍ୟ, ସ୍ବଚ୍ଛତା ଆମର କର୍ତ୍ତବ୍ୟ ଭଳି ବିଭିନ୍ନ ସ୍ଲୋଗାନ ଦେଇ ପିଲାମାନେ ଅଭିଯାନ ରେ ସାମିଲ ହୋଇଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
