ଯାଜପୁର,୧୬/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର): ଅଭିମନ୍ୟୁ ସାଂସ୍କୃତିକ ପରିଷଦ, ଯାଜପୁର ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ୨୬୪ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଗୌତମବୁଦ୍ଧ ସଂସ୍କୃତି ଭବନରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ତଥା ଜିଲ୍ଲାର ଜଣାଶୁଣା ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜକିଶୋର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଜଣାଶୁଣା ଶିକ୍ଷାବିତ୍ ଡ.ସୁଧିର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିମନ୍ୟୁ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଆଜିର ସଭ୍ୟତା ଶିକ୍ଷାର ମୁଖ୍ୟ ସ୍ରୋତରୁ ବିଚ୍ୟୁତ ହୋଇ ସମାଜ ନଷ୍ଟ କରିବାକୁ ବସିଲେଣି ,ଯାହାକି ଦୁଃଖର ବିଷୟ ଯୁବପୀଢ଼ି ମାନେ ପୁସ୍ତକ ପଢ଼ିବାର ଅଭ୍ୟସ୍ତ ଛାଡ଼ି ଯନ୍ତ୍ର ର ବହୁଳ ବ୍ୟବହାର କରିବାର ଆଗ୍ରହ ପାଇଁ ସେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ବୈଜ୍ଞାନିକ ଡ. ଚିତ୍ତରଞ୍ଜନ ମିଶ୍ର , ଶିଳ୍ପୀ ଶରତ ମୁଦୁଲି , ସତ୍ୟ ରଞ୍ଜନ କର ,ଅନୁଷ୍ଠାନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଅଭିମନ୍ୟୁ ଙ୍କ ସାହିତ୍ୟ ପାଇଁ ଅବଦାନ ଯାହାକି ଆଜି ଉଜ୍ଜୀବିତ ହୋଇ ରହିଥିବା ନିଜ ଅଭିଭାଷଣରେ କହିଥିଲେ ।
ବିଶ୍ଵରେ ଶାନ୍ତି ବଜାୟ ରଖିବା ସହ ସାହିତ୍ୟ କୁ ବଞ୍ଚାଇ ରଖିଲେ ଆଗାମୀ ପୀଢ଼ି ସଠିକ୍ ମାର୍ଗରେ ଯାଇ ଏକ ସୁସ୍ଥ ସମାଜ ଗଢି ତୋଳି ପାରିବେ ବୋଲି ଡାକ୍ତର ପଣ୍ଡା ଆଜିର ସଭ୍ୟ ସମାଜ କୁ ନିବେଦନ କରି କହିଥିଲେ । ପରେ ପରେ ଅନୁଷ୍ଠାନ ପକ୍ଷରୁ ସମାଜ କୁ ସୁନ୍ଦର ବାର୍ତ୍ତା ପ୍ରଦାନ କରୁଥିବା ନାଟକ ପର୍ଶୁରାମ ପ୍ରଦର୍ଶିତ ହୋଇଥିବା ବେଳେ “ପର୍ଶୁରାମ” ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥଲା । ଏହି ନାଟକ ଟି ଡାକ୍ତର ପଣ୍ଡା ରଚନା ଓ ନିର୍ଦ୍ଦେଶନା କରିଛନ୍ତି ।