କଟକ ସଦର,୦୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ସମାଜସେବୀ ତଥା ବିଜୁ ଜନତାଦଳ ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ ଙ୍କର ୩୦ ତମ ଵିଵାହ ବାର୍ଷିକ କୁ ଆଜି ସୋମବାର ଅପରାହ୍ନରେ କଟକ ସଦର ବିକାଶ ମଞ୍ଚ ପକ୍ଷରୁ ଗତିରାଉତପାଟଣା ବସୁନ୍ଧରା ଠାରେ ପାଳନ କରାଯାଇଛି।
ଏଥିରେ ପ୍ରଫୁଲ୍ଲ ସିଂହ ଓ ପତ୍ନୀ ନିବେଦିତା ସିଂହ ଯୋଗଦେଇ ବସୁନ୍ଧରା ର ଅନ୍ତେବାସୀଙ୍କ ଗହଣରେ କେକ୍ କାଟିବା ସହିତ ଚାରା ରୋପଣ କରି ପିଲାଙ୍କୁ ମିଷ୍ଟାନ୍ନ ଓ ରାତ୍ରୀ ଭୋଜନରେ ଆପ୍ୟାୟିତ କରିଥିଲେ। ଅନେକ ଶୁଭେଚ୍ଛୁ ମାନଙ୍କ ସହିତ ସମାଜସେବୀ ଯୁଗଳ କିଶୋର ନାୟକ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ତ୍ରିଲୋଚନ ସ୍ବାଇଁ, କିଶୋର ହରି ପ୍ରମୁଖ ଯୋଗ ଦେଇ ଦମ୍ପତି ଙ୍କର ଶୁଭ ମନାସି ଥିଲେ। ପରିଚାଳନା ରେ ବସୁନ୍ଧରା ର ଅର୍ଚ୍ଚନା ମହାନ୍ତି ସହାୟତା କରିଥିବା ବେଳେ ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା (ଧୁସା) ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିବା।
