କଟକ ସଦର,୨୨/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ନିକଟସ୍ଥ ମଲ୍ଲିପୁର ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାରସ୍ଵତ ସାଧକ, ଜ୍ଞାନ ମଣ୍ଡଳ ପ୍ରଣେତା, ପଦ୍ମଶ୍ରୀ ବିନୋଦ କାନୁନଗୋ ଙ୍କ ୩୭ ତମ ପୂଣ୍ୟ ତିଥି ଅବସରରେ ଆଜି ମଲ୍ଲିପୁର ମଲ୍ଲିକେଶ୍ୱରୀ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଡଃ ନାରାୟଣ ମହାନ୍ତି, ଡ଼ଃ ଵିଭୁଦତ୍ତ ଖଣ୍ଡାୟତ ରାୟ, ଡ଼ଃ ଦେବଦତ୍ତ ରାଉଳ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ କାନୁନଗୋ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଚାଳନାରେ ଜ୍ୟୋତି ପ୍ରକାଶ ମହାନ୍ତି, ଦୀପକ କୁମାର ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ସହାୟତା କରିଥିଲେ।
