କୂଳ ଲଂଘି ମାଡିଆସୁଛି ଚିତ୍ରୋତ୍ପଳା : ଖାଇ ଚାଲିଛି ବଳରାମପୁର ହାଇସ୍କୁଲ ଖେଳ ପଡିଆ

ସାଲେପୁର,୨୨/୦୮/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ର ଗୁଆଳି ନାସୀ ମୁଣ୍ଡରେ ବନ୍ୟାଜଳ ମାଡ଼ରେ ପ୍ରବଳ ଅତଡ଼ା ଖାଇବାନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ଓ ଜଳସମ୍ପଦ ର ନିଦ୍ରା ଭଙ୍ଗହୋଇଥିଲା । ଏବେ ଅତଡ଼ା ଖାଇବାକୁ ସାମୟିକ ରୋକାଯାଇଛି ।

ମାତ୍ର ଏବେ କଟକ ସଦର ଜନାର୍ଦ୍ଦନ ପୁର ପଂଚାୟତ ବଳରାମ ପୁର ହାଇସ୍କୁଲ ଖେଳ ପଡିଆ କୁ ଗ୍ରାସ କରୁଛି ଚିତ୍ରୋତ୍ପଳାନଦୀ । ପ୍ରାୟ ପଚାଶ ଫୁଟ ରୁ ଅଧିକ ଅତଡ଼ା ଖାଇ ପଡିଆ ମଧ୍ୟକୁ ପଶିଆସି ବିପଦ ସୃଷ୍ଟି କରିଛି । ସେହିପରି ପ୍ରାୟଏହି ସ୍ଥାନରେ ଦୁଇଶହ ମିଟର ଲମ୍ବରେ ଅତଡ଼ା ଖାଇ ଚାଲିଛି ।

ଏହାର ପ୍ରତିକାର ପାଇଁ ଜଳସମ୍ପଦ ବିଭାଗ ଅଦ୍ୟାବଧି ଅଣଦେଖା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତୃପକ୍ଷ ଯୁଦ୍ଧ କାଳୀନ ଭିତ୍ତିରେ ପଥର ଛାଉଣୀ କରି ସୁରକ୍ଷା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *