ନାବାଳିକା ଦୁଷ୍କର୍ମ ମାମଲାରେ ୨ଗିରଫ

କେନ୍ଦ୍ରାପଡ଼ା, ୧୭/୦୬/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅଧିନ କପାଳେଶ୍ୱର ପଂଚାୟତର ଜଜାଙ୍ଗ କାଳିମନ୍ଦିର ନିକଟରେ ଝାଡୁ ବିକାଳୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଉଛନ୍ତି ନିକିରାଇ ଥାନା ଅଧିନ ତରାଣ୍ଡୋ ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ଶୁଭମ କୁମାର ନାୟକ ଓରଫ ଆକାଶ ଓରଫ ଅଚୁ୍ୟତ(୨୮) ଓ କାଙ୍ଗାଳି ଚରଣ ମଳିକଙ୍କ ପୁଅ ବିନୋଦ ବିହାରୀ ମଳିକ(୩୨) । ସେମାନଙ୍କୁ ଥାନା କେଶ ନମ୍ବର ୩୭୩/୨୦୨୬ରେ ବିଏନଏସର ଧାରା ୭୦(୨), ୭୬,୧୧୫(୨), ୩୫୧(୩)ଓ ୬ ପୋକ୍ସୋ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *