ଜଗତସିଂହପୁର,୧୫/୦୬/୨୦୨୬ (ଓଡ଼ିଶା ସମାଚାର)-ଗତ କାଲି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୧୯ଜଣ ତୀର୍ଥଯାତ୍ରୀ ସରକାରଙ୍କ ସୋମନାଥ ପର୍ବ-୨୦୨୬ ଯୋଜନାରେ ସାମିଲ ହୋଇ ସୋମନାଥ ଦର୍ଶନ ଅଭିମୁଖେ ଯାତ୍ରା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ୧ ଗୋଟି ବସ୍ ଯୋଗେ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା ।
ତୀର୍ଥଯାତ୍ରୀମାନଙ୍କ ସହିତ ସେମାନଙ୍କର ସୁରକ୍ଷିତ ଓ ନିରାପଦ ଯାତ୍ରା ନିମନ୍ତେ ଶ୍ରୀ ରାଜେଶ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜଗତସିଂହପୁର ଏବଂ ଏହି ଯାତ୍ରା ନିମନ୍ତେ ସରକାରଙ୍କ ଦ୍ଵାରା ନିଯୁକ୍ତି ହୋଇଥିବା ଜିଲ୍ଲା ସଂଯୋଜକ ଶ୍ରୀ ରୋସନ କୁମାର ସାହାଣୀ ଗସ୍ତ କରିଛନ୍ତି । ଆଜି ସ୍ଵତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱରଠାରୁ ସେମାନେ ସୋମନାଥ ଅଭିମୁଖେ ଯାତ୍ରା କରିବେ ।
