ଘଟଗାଁ, ୧୦/୦୬/୨୦୨୬ (ଓଡିଶା ସମାଚାର )-କେନ୍ଦୁଝର ଜିଲ୍ଲା ବନଖଣ୍ଡ ବିଭାଗ ଓ ସ୍ଥାନୀୟ ନେଟିଭ ଭଏସ ତରଫରୁ ବଡବିଲ ରୁଙ୍ଗଟା ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଶ୍ରୀ ବେହେରା ଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଦଶ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଡି ଏଫ୍ ଓ ଏଚ ଡି ଧନର|ଜ୍, ଆଇ ଏମ୍ ସି ଟି ଏଫ୍ ରାଜ୍ୟ ସଭାପତି ମୂରଲୀ ମନୋହର ଶର୍ମା, ଏନ ସି ସି କମାଣ୍ଡାଣ୍ଟ କର୍ଣ୍ଣେଲ ଜେ ଏମ୍ ଯୋଶୀ , ଯୋଡ଼ା ବ୍ଳକ ଚେୟାରମ୍ୟାନ୍ କବିନ୍ଦ୍ର ନାଏକ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରିବେଶ ସୁରକ୍ଷା ତଥା ମା ପାଇଁ ଗଛ ଟିଏ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଉକ୍ତ ପୁରସ୍କାର ମିଳିଥିବା ଜଣା ପଡ଼ିଛି । ଏଥି ପାଇଁ ତାଙ୍କୁ ବର୍ହାଟିପୁରା ଜନତା ଯୁବକ ସଂଘ ପକ୍ଷରୁ କୃଷକ ସାଥୀ ରବୀନ୍ଦ୍ର ପଲେଇ, ପି ଇ ଓ ସାରଙ୍ଗ ଧର ରଣl, ସମାଜ ସେବୀ ଚିତ୍ତରଞ୍ଜନ ପଣ୍ଡା, ପ୍ରକୃତି ବନ୍ଧୁ ରମାକାନ୍ତ ପ୍ରଧାନ ପ୍ରମୂଖ ଶୁଭେଚ୍ଛା ଜଣାଇଛନ୍ତି ।
