ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ଭୁବନେଶ୍ୱର,୦୮/୦୬/୨୦୨୬(ଓଡ଼ିଶା ସମାଚାର)- କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର କ୍ଷହ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ମୟୂରଭଞ୍ଜରୁ ଭୁବନେଶ୍ୱର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ବର୍ଷା ଓ ପବନ ପାଇଁ ଭୁବନେଶ୍ୱରରେ ଲ୍ୟାଣ୍ଡିଂ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଫଳରେ ପୁରୀ ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡରେ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୁରୀ ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ରହିଥିଲେ । ପୁରୀରୁ କାରରେ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ଫେରିଥିଲେ । ସୋମବାର ଅପରାହ୍ନରେ ଟ୍ୱିନସିଟିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ନିମିଷକ ମଧ୍ୟରେ ଆକାଶ କଳାହାଣ୍ଡିଆ ହୋଇ ଘୋଟି ଆସିଥିଲା । ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା ।

Leave a Reply

Your email address will not be published. Required fields are marked *