ପରିବେଶବିତ ତଥା ସାମ୍ବାଦିକ ଜୁପୀଟର ଦାସ ସମ୍ବର୍ଦ୍ଧିତ

କଟକ,୦୮/୦୬/୨୦୨୬ (ଓଡିଶା ସମାଚାର / ଅଭୟ ଜେନା)- ବିଶ୍ଵ ପରିବେଶ ଦିବସ ଅବସରରେ ସତ୍ୟ ବାଦୀ ସ୍ଥିତ ଓଡ଼ିଆ ବିଶ୍ଵ ବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ଜୁପିଟର ଦାସ ଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଆ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ଶ୍ରୀ ଦାସ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଶ୍ରୀ ଦାସ ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ ହୋଇ ସାରିଛନ୍ତି । ଉଲ୍ଲେଖ ନୀୟ ଯେ ଜୁପୀଟର ଦାସ ମଧ୍ୟ ଜଣେ ସାମ୍ବାଦିକ ଓ ତାଙ୍କ ପୈତୃକ ବାସସ୍ଥାନ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ତିଳଦା ଗ୍ରାମରେ ହୋଇଥିବା ଜଣାଯାଇଛି  ।

Leave a Reply

Your email address will not be published. Required fields are marked *