ମୁଖ୍ୟମନ୍ତ୍ରୀଙ୍କୁ ବିକଶିତ କଟକ ସଦର ସଂକଳ୍ପ ପତ୍ର ପ୍ରଦାନ କଲେ ବିଧାୟକ 

କଟକ ସଦର,୨୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିକଶିତ ଭାରତ, ବିକଶିତ ଓଡ଼ିଶାରେ ଯୋଡିହେଲା ବିକଶିତ କଟକ ସଦର । କଟକ ସଦର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେଇଥିବା ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସଂକଳ୍ପ ପତ୍ର ତଥା “ଭିଜନ ବିକଶିତ କଟକ ସଦର”ପୁସ୍ତିକା ପ୍ରଦାନ କରିଛନ୍ତି। ଏଥିରେ ଆଗାମୀ ଦିନରେ ସ୍ୱାସ୍ଥ୍ୟ, ଶିକ୍ଷା,କୃଷି, ସଂସ୍କୃତି, ଗମନାଗମନ ଭଳି ଅନେକ ଜନହିତକର କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ଥିବା ଜଣାପଡିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ସହଯୋଗ କାମନା କରିଛନ୍ତି ବିଧାୟକ।

Leave a Reply

Your email address will not be published. Required fields are marked *