ପ୍ରହରାଜପୁର ରେ ମଦ୍ରାସା ମାହଦୁଲ କୁରାନ ବାର୍ଷିକ ଉତ୍ସବ 

କଟକ ସଦର,୨୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ମୂଳପାଏନ୍ଦା ନମାଜ ପଡିଆ ଠାରେ ଗତକାଲି ମଙ୍ଗଳବାର ରାତିରେ ହିନ୍ଦୁ ମୁସଲମାନ ଙ୍କ ଭାଇଚାରାର ମଦ୍ରାସା ମାହଦୁଲ କୁରାନ ବାର୍ଷିକ ଉତ୍ସବ ମହାସମାରୋହରେ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ ଧର୍ମ ପ୍ରଵଚକ ଯୋଗ ଦେଇ ଇସଲାମ ଧର୍ମ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥି ଭାବେ ସାବୁନ ନଜିଵ୍ (ମୁଫତି), ନାଜିଵୁଲ ଅମିନ (ମୁଫତି),ଜିଲୁ ରହମାନ (ମୈ।ଲାନା) ଙ୍କ ସମେତ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କ୍ରିଡ଼ାଵିତ୍ ଜ୍ଞାନରଞ୍ଜନ ଵିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳନାରେ ଟ୍ରଷ୍ଟ ର ସମସ୍ତ ସଦସ୍ୟ ଙ୍କ ସହିତ ସଂପାଦକ ମହମ୍ମଦ ଆସଫାକ୍(ଫାକି)ଓ ଗ୍ରାମବାସୀମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *