ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତିର ସମୀକ୍ଷା

                                            ‘ଶୂନ୍ୟ କ୍ଷୟକ୍ଷତି’ ବିପର୍ଯ୍ୟୟ ପରିଚାଳନା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଆହ୍ୱାନ
ନୂଆଦିଲ୍ଲୀ,୧୧/୦୫/୨୦୨୬ (ଓଡ଼ିଶା ସମାଚାର /ପିଆଇବି): କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଦେଶର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଛନ୍ତି । ଏହି ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ସହାୟତାରେ ଜାମ୍ମୁ-କାଶ୍ମୀର, ଲଦାଖ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକିମର ୩୦ଟି ଅଧିକ ରିସ୍କ ଥିବା ହ୍ରଦ ପାଇଁ ଆଗୁଆ ଚେତାବନୀ ବ୍ୟବସ୍ଥା ବିକଶିତ କରିବାର ଯୋଜନାରେ ଅତିକମରେ ୬୦ ଟି ହ୍ରଦକୁ ସାମିଲ କରାଯିବା ଉଚିତ ।

ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ବନ୍ୟା ପୂର୍ବାନୁମାନ ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ରହିବା ଉଚିତ । ଶ୍ରୀ ଶାହ କହିଛନ୍ତି ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ବନ୍ୟା ସଙ୍କଟ ପରିଚାଳନା ଦଳ (ଏଫସିଏମଟି) ଗଠନ କରାଯିବା ଉଚିତ ଏବଂ ଏହାକୁ ସକ୍ରିୟ କରାଯିବା ଉଚିତ । ସେ କହିଛନ୍ତି ଯେ ବିପର୍ଯ୍ୟୟ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଦ୍ୱାରା ଜାରି କରାଯାଇଥିବା ନିର୍ଦେଶାବଳୀ ଉନ୍ନତ ସଚେତନତା ଏବଂ “ସମ୍ପୂର୍ଣ୍ଣ ସରକାର” ଆଭିମୁଖ୍ୟର ବିକାଶକୁ ଆଗେଇ ନେଇଛି, କିନ୍ତୁ ରାଜ୍ୟ, ଜିଲା ଏବଂପୌରାଂଚଳ ସ୍ତରରେ ଏହି ନିର୍ଦେଶାବଳୀର ଅନୁପାଳନକୁ ସମୀକ୍ଷା କରିବା ସେମାନଙ୍କ କାର୍ଯ୍ୟକାରିତାକୁ ଆହୁରି ମଜବୁତ କରିପାରିବ ।

ସେ ଏହା ମଧ୍ୟ କହିଛନ୍ତି ଯେ ଜଙ୍ଗଲ ନିଆଁ, ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟା ମୁକାବିଲା ପାଇଁ କେତେ ରାଜ୍ୟ ଗୃହ ମନ୍ତ୍ରଣାଳୟର ନିର୍ଦେଶାବଳୀ ଏବଂ ଏନଡିଏମଏ ନିର୍ଦେଶାବଳୀ ଅନୁସରଣ କରୁଛନ୍ତି ତାହା ଆକଳନ କରିବା ପାଇଁ ଏନଡିଏମଏ ଏକ ଅଧ୍ୟୟନ କରିବା ଉଚିତ୍ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶୂନ୍ୟ କ୍ଷୟକ୍ଷତି ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରାଯିବା ଆବଶ୍ୟକ । ସେ କହିଥିଲେ ଯେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳସ୍ତରରେ ଉନ୍ନତିର ଅଧିକ ସମ୍ଭାବନା ଜଳ ସଂରକ୍ଷଣ ଏବଂ ଚେକ୍ ଡ୍ୟାମ୍ ପ୍ରକଳ୍ପ ଜରିଆରେ ଅନ୍ୱେଷଣ କରାଯିବା ଉଚିତ । ନଦୀ ଉପରେ ଚେକ୍ ଡ୍ୟାମ୍ ନିର୍ମାଣ କରି ଜଳ ସଂରକ୍ଷଣ କରିବା ସହିତ ଗ୍ରୀଷ୍ମ ପ୍ରବାହର ପ୍ରବାବକୁ ମଧ୍ୟ କମ୍ କରିବା ଆମର ଉଦ୍ଧେଶ୍ୟ ହେବା ଉଚିତ ।

Leave a Reply

Your email address will not be published. Required fields are marked *