ନଦୀରେ ବୁଡି ନିଖୋଜ ଥିବା ଯୁବକଙ୍କ ଶବ ଉଦ୍ଧାର 

କଟକ ସଦର, ୦୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ଗୁରୁବାର ଅପରାହ୍ନରେ ବାରଙ୍ଗ ଥାନା ଅନ୍ତର୍ଗତ ଜରିପଡା ଓ ବାଲିସାହି ସଇନ୍ଧା ଗାଁ ମଝି ଭେନସ୍ ଆଇଟିଆଇ ପାଖରେ କାଠଯୋଡି ର ସିଢୁଆ ନଦୀରେ ବୁଡି ନିଖୋଜ ଥିବା ଯୁବକର ଶବ ଆଜି ଶୁକ୍ରବାର ଅପରାହ୍ନରେ ନଦୀରୁ ଉଦ୍ଧାର ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଭୁବନେଶ୍ୱର ଖାରବେଳ ନଗର ଥାନା ରାମମନ୍ଦିର ୟୁନିଟ୍ -୩ ଅଞ୍ଚଳର ହେମନ୍ତ ଦାସ ବୋଲି ଗତକାଲି ଠାରୁ ଜଣାପଡିଥିଲା। ହେମନ୍ତ ସେଠାରେ ୫ ଜଣ ସାଙ୍ଗଙ୍କ ସହିତ ଭୋଜି ଖିଆପିଆ ସାରି ପାଣିରେ ପଶି ଅଘଟଣର ଶୀକାର ହୋଇଥିଲେ।

 

Leave a Reply

Your email address will not be published. Required fields are marked *