କେନ୍ଦ୍ରାପଡ଼ା, ୩୧/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ଗୁରୁବାର ପୂର୍ବାହ୍ନରେ ଇଛାପୁରସ୍ଥିତ ଯାତ୍ରୀନିବାସରେ ସଂଘର ଉପସଭାପତି ଦୁର୍ଯ୍ୟୋଧନ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଭରତ ଗୋଛାୟତ ଓ ଷ୍ଟେଟବ୍ୟାଙ୍କରେ ବର୍ତମାନ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ହିମାଂଶୁଶେଖର ଦାଶଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ସଂଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ବ୍ୟାଙ୍କ ପେନସନରର୍ସମାନଙ୍କ ଦୀର୍ଘ ବର୍ଷର ଦାବି ପେନସନ ଅପଡେଟେସନ, ବ୍ୟାଙ୍କ ପକ୍ଷରୁ ସ୍ୱାସ୍ଥ୍ୟବୀମା ରାଶି ପ୍ରଦାନ ଓ
ଅନ୍ୟାନ୍ୟ ଦାବି ଗୁଡିକୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସମସ୍ତ ବ୍ୟାଙ୍କ ପେନସନରର୍ସ ସଂଘ ପକ୍ଷରୁ ହେଉଥିବା ଆଜିର ଅନଶନ ଓ ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇ କେନ୍ଦ୍ର ସରକାର ଓ ବ୍ୟାଙ୍କ କର୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାକୁ ପରିତ୍ୟାଗ କରି ଦାବି ଗୁଡିକ ତୁରନ୍ତ ପୁରଣ କରିବା ନିମନ୍ତେ ଦାବି କରାଯାଇଥିଲା । ସାଧାରଣ ସମ୍ପାଦକ ଶ୍ରୀ ମେକାପ ପେନସନରର୍ସମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ପରିଣତ ବୟସରେ ନିଜ ନିଜ ମଧ୍ୟରେ ସମନ୍ୱର ରକ୍ଷା ନିମନ୍ତେ ନିବେଦନ କରିଥିଲେ । ଏହି ଅବସରରେ ଆଗାମୀ ତିନିବର୍ଷ ନିମନ୍ତେ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା ।
ସଂଘର ସଭାପତି ଭାବେ ମାଧବାନନ୍ଦ ମହାପାତ୍ର, ଉପସଭାପତି ଭାବେ ଦୁର୍ଯେ୍ୟାଧନ ସେଠୀ ଓ ସୌରପ୍ରସାଦ ତ୍ରିପାଠୀ, ସାଧାରଣ ସମ୍ପାଦକ ଭାବେ ଗଣେଶ୍ୱର ମେକାପ, ସହକାରୀ ସମ୍ପାଦକ ଭାବେ ନିତ୍ୟାନନ୍ଦ ସେଠୀ, କୋଷାଧ୍ୟକ୍ଷ ଭାବେ ଗୌରାଙ୍ଗ ଚରଣ ଦସାହୁ, ଆବାହକ ଭାବେ ପରମାନନ୍ଦ ସେଠୀ ଓ କ୍ଷୀରୋଦ ଚନ୍ଦ୍ର ବେହେରା, ଉପଦେଷ୍ଟା ଭାବେ ବିଜୟ କୁମାର ବରାଳ ଓ ହରିପଦ ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ଗୋଲକ ବିହାରୀ ବେହେରା, ଉଦୟନାଥ ସାହୁ, ନବକିଶୋର ପଣ୍ଡା ଓ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ବୈଠକରେ ଶରତ କୁମାର ମୁଦୁଲି, ରାମଚନ୍ଦ୍ର ସେଠୀ, ଅଜୟ କୁମାର ନାୟକ, ପ୍ରଭାକର ନାୟକ, ସୁବାସ ଚନ୍ଦ୍ର ବରାଳ, ଭୀମସେନ ଦାସ, ଅତୁଲ ଚନ୍ଦ୍ର ଗିରି, ବିଜୟ କୁମାର ନାୟକ, ପ୍ରହଲ୍ଲାଦ ମହାରଣା, ରବିନ ଗୋଛାୟତ, ମହେନ୍ଦ୍ର କୁମାର ମିଶ୍ର ଓ ସୁନାକର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଗୌରାଙ୍ଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
