କାଂକ୍ରେଜ୍ ଷଣ୍ଢ : ଗରିମା, ଶକ୍ତି ଓ ରାଜକୀୟ ଠାଣିର ପ୍ରତୀକ

ଭୁବନେଶ୍ୱର,୨୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶେଷ ଲାୟର୍ (Lyre) ଆକୃତିର ଶିଙ୍ଗ । ଦୃଢ଼ ଓ ସନ୍ତୁଳିତ ଶରୀର । ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍ । “ସୱାଇ ଚାଲ୍” ବା ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି ।

ପ୍ରତିକୂଳ ପରିବେଶରେ ଖାପଖୁଆଇବାର ଦକ୍ଷତା ରଖୁଥିବା ଏହି ପ୍ରଜାତି ଉଚ୍ଚ ପ୍ରଜନନ କ୍ଷମତା, ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୀର୍ଘ କାର୍ଯ୍ୟଜୀବନ ପାଇଁ ଗୋପାଳକ ଓ ପ୍ରାଣିପାଳକଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ଅର୍ଜନ କରିଛି । ଭାରତର ସବୁଠାରୁ ଭାରି ପ୍ରଜାତିର ଗୋରୁ ଭାବେ ଏହାର ଅନନ୍ୟ ପରିଚୟ ରହିଛି ।  ଏହାର ବୟସ ଏବେ ୫ ବର୍ଷ, ଓଜନ ୭ କୁଇଣ୍ଟାଲ ଏବଂ ଉଚ୍ଚତା ୫ ଫୁଟ ୬ ଇଞ୍ଚ ।

ଦୈନିକ ଖାଦ୍ୟରେ ସବୁଜ ଘାସ, ମୁଗ, ପିଡିଆ, ଗହମ ଚୁନା, ଗୋଖାଦ୍ୟ, ଚଣା, ଚାଉଳ, ଭୁଷି ଆଦି ଦିଆଯାଇଥାଏ । ଖାଦ୍ୟ ବାବଦକୁ ମାସିକ ପ୍ରାୟ ୪୦,୦୦୦/- ଟଙ୍କା ଖର୍ଚ୍ଚ ହେଉଛି । ଗୁଜୁରାଟର କାଂକ୍ରେଜ୍ ଅଞ୍ଚଳରେ ଏହି ପ୍ରଜାତିର ଗୋରୁ ଦେଖାଯାଆନ୍ତି । ଭାରତୀୟ ଦେଶୀ ଗୋ ପ୍ରଜାତିମାନଙ୍କ ମଧ୍ୟରେ କାଙ୍କରେଜ ଷଣ୍ଢର ନିଆରା ସୁନାମ ରହିଛି  ।

-0-

ଆଲୋକ କୁମାର ମହାନ୍ତି, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *