ଭୁବନେଶ୍ୱର, ୦୫/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ବର୍ଷ ଏପ୍ରିଲ ମାସରେ ରୌଦ୍ରତାପ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଚଳିତ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଏଡାଇ ଦିଆଯାଇ ଦିଆଯାଇ ନପାରେ । ଏଣୁ ସମ୍ପୂର୍ଣ ଖରାରେ କାର୍ୟ୍ୟରତ ଶ୍ରମିକମାନଙ୍କ ଚଳିତ ଏପ୍ରିଲ ମାସରୁ ଜୁନ ମାସ ୧୫ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ଣ ୧୧ଟାରୁ ଓ ଅପରାହ୍ନ ୩.୩୦ ମଧ୍ୟରେ କାମ ନ କରିବା ପାଇଁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ସମସ୍ତ ରାଜସ୍ବ କମିଶନର ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଓଡିଶା ସରକାରଙ୍କ ସମସ୍ତ ବିଭାଗ ଓଡିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ଅନୁରୋଧ ଅନୁରୋଧ କରାଯାଇଛି ଯେ, ସେମାନଙ୍କର ଅଧୀନରେ କାର୍ୟ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ତାରିଖ ପର୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ପ୍ରତ୍ୟେହ ମଧ୍ୟାହ୍ନ ୧୧ଟାରୁ ଅପରାହ୍ନ ୩.୩୦ ର୍ୟ୍ୟନ୍ତ କାର୍ୟ୍ୟରେ ନ ଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା କରିବେ ଓ ଆବଶ୍ୟକ ସ୍ଥଳେ କାର୍ୟ୍ୟ ନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ । ଯଦି କୌଣସି କାର୍ୟ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ଯେଉଁଥିରେ କି ଶ୍ରମିକମାନଙ୍କୁ ବିଶ୍ରାମ ଦିଆଯାଇ ପାରିବ ନାହିଁ, ତେବେ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ନେବେ। ଯେପରିକି ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା , ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଓ ପ୍ରତ୍ୟେକ ଶ୍ରମିକ ପାଇଁ ( ଓ. ଆର. ଏସ.) ପ୍ୟାକେଟ ବ୍ୟବସ୍ଥା କରିବେ।
ଉପରୋକ୍ତ ପରିପ୍ରେକ୍ଷୀରେ ଜିଲାର ଚିକିତ୍ସା ଅଧିକାରୀ(ସିଡ଼ିଏମଓ), ଉପ ମଣ୍ଡଳ ଚିକିତ୍ସା ଅଧିକାରୀ (ଏସଡ଼ିଏମଓ) ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି), କମ୍ୟୁନିଟି ହେଲ୍ଥ ସେଂଟର(ସିଏଚସି), ଚିକିତ୍ସାଳୟ ଗୁଡ଼ିକର ଚିକିତ୍ସା ଅଧିକାରୀ ତଥା କର୍ମଚାରୀ ବୀମା ଯୋଜନା ଅଧିନରେ ଥିବା ଚିକିତ୍ସାଳୟ ମାନଙ୍କର ଚିକିତ୍ସା ଅଧିକାରୀ ମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବୁଲ ସହିତ ରୋଗୀ ମାନଙ୍କର ତତ୍ ସମ୍ବନ୍ଧିୟ ରୋଗର ଚିକିତ୍ସା ପଇଁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।
Odisha Current News : ଦିନ ୧୧ଟାରୁ ସାଢେ ୩ଟା ଯାଏଁ ଶ୍ରମିକଙ୍କୁ କାମ କରିବା ମନା
