ଭୁବନେଶ୍ୱର, ୨୬/୦୮/୨୦୨୫ (ଓଡ଼ିଶା ସମାଚାର)- ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସର ତ୍ରୟୋଦଶ ଅଧୀଷ୍ଠାନ ଓ ସ୍ଵନକ୍ଷତ୍ର ଦିବସ, ଜୟଦେବ ବିହାର ସ୍ଥିତ ଏକ ଭବ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ କାର୍ୟବାହୀ ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଓ ଉପ-ପ୍ରାନ୍ତପାଳ ରୋଟାରିଆନ ଡ଼ଃ ଆରତୀ ବିଶ୍ଵାଳ ଓ ଜୋନାଲ ଚେୟାର ଶ୍ରୀ ଅଜିତ କୁମାର ପାଢ଼ୀ ମହୋଦୟ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରାକ୍ତନ ପ୍ରାନ୍ତଃପାଳ ମାନଙ୍କ ମଧ୍ୟରେ ଶ୍ରୀ ସୈ।ମ୍ୟରଞ୍ଜନ ମିଶ୍ର, ଶ୍ରୀ ଶୀବବ୍ରତ ଦାଶ, ଶ୍ରୀ ଅଶ୍ବିନୀ କର, ଶ୍ରୀ ଭବାନୀ ପ୍ରସାଦ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଧୀଷ୍ଠାନ ଉତ୍ସବରେ ରୋଟାରୀ ବର୍ଷ ୨୦୨୪-୨୫ ର ସଭାପତି ରୋଟାରୀଆନ୍ ଆଶୁତୋଷ ଦାଶ ଆନୁଷ୍ଠାନିକ ଭାବେ ରୋଟାରୀ କଲାର ଓ ବ୍ୟାଟନ ୨୦୨୫-୨୬ ବର୍ଷର ସଭାପତି ଭାବେ ନିର୍ବାଚିତ ରୋଟାରିଆନ୍ ରଶ୍ମି ରଞ୍ଜନ ମହାନ୍ତି ଓ ସେକ୍ରେଟାରୀ ଶ୍ରୀ ଦିଲୀପ ଦାଶଙ୍କୁ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ପ୍ରମୁଖ ରୋଟାରୀ କ୍ଲବର ସଭାପତି ଓ କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ନୂତନ ସଭାପତି ରଶ୍ମୀ ରଞ୍ଜନ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ। ପ୍ରାକ୍ତନ ସଭାପତି ଆଶୁତୋଷ ଦାଶ ୨୦୨୪-୨୫ ରୋଟାରୀ ବର୍ଷରେ ଉତ୍ତମ କାର୍ଯ ପାଇଁ ଆଠ ଜଣ ସଦସ୍ୟଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭା କାର୍ଯ୍ୟକ୍ରମକୁ ଚାର୍ଟଡ୍ ସଭାପତି ସିଦ୍ଧାର୍ଥ ତିଓ୍ଵାରୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ପାଞ୍ଚଜଣ ନୂତନ ସଦସ୍ୟଙ୍କୁ ପ୍ରାକ୍ତନ ପ୍ରାନ୍ତ ପାଳଙ୍କ ଦ୍ଵାରା ରୋଟାରୀ ନିୟମାବଳୀର ଶପଥ ପାଠ କରା ଯାଇ କ୍ଲବ୍ ରେ ସାମିଲ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ରୋଟାରିଆନ୍ ବିଜୟ କୁମାର ପାତ୍ର, ଅଜୟ କୁମାର ଚୌଧୁରୀ, ବିଭୁତି ଭୁଷଣ ମହାପାତ୍ର, ସୁଶାନ୍ତ କୁମାର ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ବାଣୀ ସେନଗୁପ୍ତ, ଲିପିକା ନନ୍ଦ, ଦିଲୀପ ଦାଶ, ପ୍ରଦ୍ୟୁମ୍ନ କୁମାର ସିଂହ, ସମ୍ବିତ ନନ୍ଦ, ବିଜୟ କୁମାର ଚୌଧୁରୀ, ଅରୂପ ସାହାଣୀ, ରମେଶ ଚନ୍ଦ୍ର ଦାଶ, ଅଶୋକ ଅଗ୍ରୱାଲା, ଯତୀନ ରଥ, ବିକାଶ ରଞ୍ଜନ ରାୟ, ଶୁଭେନ୍ଦୁ କୁମାର ମହାନ୍ତି, ସିନେ କଳାକାର ଅନୁ ଚୌଧୁରୀ, ବୃନ୍ଦାବନ ଦଳବେହେରା, ଜିତନ୍ ସାହୁ ପ୍ରମୁଖ କ୍ଳବର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ମନୋରଞ୍ଜନ ମିଶ୍ର ନିଜର ବକ୍ତବ୍ୟରେ ସାଂପ୍ରତିକ ପରିସ୍ଥିତିରେ ଜନସାଧାରଣଙ୍କ ନିମିତ୍ତ ଡିଜିଟାଲ ସାକ୍ଷରତା ଓ ଅର୍ଥନୈତିକ ସାକ୍ଷରତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
