ବଜ୍ରପାତରେ ବାପା,ଝିଅ ଓ ମାଉସୀଙ୍କ ମୃତୁ୍ୟ

ଜୟପୁର,୧୫/୦୫/୨୦୨୫(ଓଡ଼ିଶା ସମାଚାର)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅମ୍ପାବାଲି ପଂଚାୟତର କନ୍ଧ ପୁଟାବନ୍ଧ ଗ୍ରାମରେ ବୁଧବାର ବଜ୍ରପାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ଏକ ପୋଷା କୁକୁରର ବି ଜୀବନ ଯାଇଛି । ମୃତକମାନେ ହେଲେ ବାପା ଗେମେଲ କ୍ରିଷ୍ଣା, ୧୩ ବର୍ଷର ଝିଅ ଗେମେଲ କମି ଏବଂ ସମ୍ପର୍କୀୟ ମାଉସୀ ଗେମେଲ ତୁମ୍ବାଇ ବୋଲି ଜଣାପଡ଼ିଛି ।

ଏମାନେ ସମସ୍ତେ ବିଲକୁ କାମ କରିବାକୁ ଯାଇଥିବା ବେଳେ ହଠାତ୍ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ର ପାତ ଘଟିଥିଲା । ଖବର ଜଣାପଡ଼ିବା ପରେ ଘଟଣାର ତଦନ୍ତ ପାଇଁ ଗ୍ରାମକୁ ରାଜସ୍ୱ ନିରୀକ୍ଷକଙ୍କୁ ପଠାଯାଇଛି ବୋଲି ପଟ୍ଟାଙ୍ଗି ତହସିଲଦାର ବାହାଦୁର ସିଂ ଧାରୁଆ ସୂଚନା ଦେଇଛନ୍ତି । ଏହା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ସହିତ ପ୍ରତି ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *