କୋଏଲ ନଗର ଗ୍ରୀନ୍ ପାର୍କ ଠାରେ ବାର୍ଷିକ ବନ୍ଧୁ ମିଳନ

ରାଉରକେଲା, ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- କୋଏଲ ନଗର ସ୍ଥିତ ଗ୍ରୀନ୍ ପାର୍କ ଠାରେ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। କୋଏଲ ନଗର ବାସିନ୍ଦାଙ୍କୁ ନେଇ ଗଠିତ ହୋଇଥିବା ଅନୁଷ୍ଠାନର ସଭାପତି ବିଶିକେଶନ ସୂତାର ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଦିଲ୍ଲୀପ ପୁହାଣ ଙ୍କ ଆବାହକତ୍ଵ ତଥା ଶୁଭାକାଂକ୍ଷୀ ଚୌଧୁରୀ,ନଳିନୀ ସୂତାର ଓ ଦିଲ୍ଲିପ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜୀବନକୁ ସରସ ସୁନ୍ଦର କରିବା ସହ ଅବସର ବିନୋଦନ ପାଇଁ ବନ୍ଧୁ ମିଳନ ର ଆବଶ୍ୟକତା ରହିଛି। ପରଷ୍ପର ମଧ୍ୟରେ ଭାବ ବିନିମୟ ଓ ମତ ଆଦାନ ପ୍ରଦାନ ଓ ଖେଳକୁଦରେ ମାତି ପରଷ୍ପରର ନିକଟତର ହୋଇପାରିବା। ସୁଖଦୁଃଖରେ ଭାଗିଦାରୀ ହୋଇପାରିବା। ଏହି ଅବସରରେ ମ୍ୟୁଜିକ ଚେୟାର, ବୁଦ୍ଧିମତା, ନୃତ୍ୟ ସଂଗୀତ ପ୍ରତିଯୋଗୀତା ଆଦି କରାଯାଇ ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦେବେନ୍ଦ୍ର ନାୟକ, ସସ୍ମିତା ପ୍ରଧାନ, କପିଳେଶ୍ୱର ମହାରଣା, ଗୋପିନାଥ ପଟ୍ଟନାୟକ, ପ୍ରେମାନନ୍ଦ ସାମଲ ତଥା ବହୁ ବିଶିଷ୍ଟ ଓ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ସୁସ୍ବାଦୁ ଖାଦ୍ୟର ମଜ୍ଜା ଉଠାଇଥିଲେ।

Leave a Reply

Your email address will not be published. Required fields are marked *