ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର,୩୦/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୂଚନା ଓ ଲୋକସମ୍ପର୍କ ବିଭାଗର ଫିଲ୍ମ ଲାଇବ୍ରେରିଆନ୍ ଶ୍ରୀ ସୁଶାନ୍ତ କୁମାର ପାଢ଼ୀଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସ ପଟ୍ଟନାୟକ ଅଧ୍ୟକ୍ଷତା କରି ଶ୍ରୀ ପାଢ଼ୀଙ୍କ ଦୀର୍ଘ ୩୫ ବର୍ଷରୁ ଅଧିକ ସେବାଜୀବନ ଏବଂ ବିଭାଗ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରିଥିଲେ। ୧୯୯୦ ମସିହାରେ ସରକାରୀ ସେବାରେ ଯୋଗଦାନ କରିଥିବା ଶ୍ରୀ ପାଢ଼ୀ କର୍ମନିଷ୍ଠା, ଦାୟିତ୍ୱବୋଧ ଓ ସରଳ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ନିକଟରେ ପ୍ରିୟ ଥିଲେ ବୋଲି ସେ କହିଥିଲେ। ସେ ଶ୍ରୀ ପାଢ଼ୀଙ୍କ ସୁସ୍ଥ, ସୁଖମୟ ଓ ନିରାମୟ ଅବସରଜୀବନ କାମନା କରିଥିଲେ।

ଉପ ଶାସନ ସଚିବ ଶ୍ରୀ ପ୍ରଣବ କୁମାର ଦାସ ଶ୍ରୀ ପାଢ଼ୀଙ୍କ ଦୀର୍ଘ ବର୍ଷର ଅନୁଭବ, କାର୍ଯ୍ୟଦକ୍ଷତା ଏବଂ ବିଭାଗର ଫିଲ୍ମ ଓ ଅଡିଓ-ଭିଜୁଆଲ୍ ସମ୍ପଦର ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ।

ଶ୍ରୀ ସୁଶାନ୍ତ କୁମାର ପାଢ଼ୀ ତାଙ୍କର ଦୀର୍ଘ ଚାକିରି ଜୀବନର ଅନୁଭବ ବଖାଣିବା ସହ ବିଭାଗର ସମସ୍ତ ଅଧିକାରୀ ଓ ସହକର୍ମୀମାନଙ୍କ ସହଯୋଗ, ସମର୍ଥନ ଓ ସ୍ନେହ ପାଇଁ କୃତଜ୍ଞତା ଜଣାଇଥିଲେ।

ଶେଷରେ ନିର୍ଦ୍ଦେଶକ ଶ୍ରୀ ଦାସ ପଟ୍ଟନାୟକ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ।

-0-

ଅନିଶା କର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *