କଳାହାଣ୍ଡି,୨୬/୦୫/୨୦୨୬ (ଓଡ଼ିଶା ସମାଚାର)- ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମିସ୍ତ୍ରୀ, ଜଣେ ଶ୍ରମିକ, ଘର ମାଲିକ ଏବଂ ମାଲିକଙ୍କ ପୁଅ ଅଛନ୍ତି।
ମଦନପୁର ରାମପୁର ଥାନା ଗୌଡ କର୍ଲାଖୁଣ୍ଟା ଗାଁରେ ମଙ୍ଗଳବାର ଏହି ଅଭାବନୀୟ ଅଘଟଣ ଘଟିଥିବା ଖବର ମିଳିଛି। ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ବେଳେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
