କାଠଯୋଡି ନଦୀ ପଠାରୁ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ

କଟକ,୨୬/୦୫/୨୦୨୬ (ଓଡ଼ିଶା ସମାଚାର)- ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ ରହିଥିବା ବେଳେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।


କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହୋଇଛି, ମହିଳା ଜଣକ କିଏ, ହତ୍ୟା କରି ତାଙ୍କୁ ନଦୀ ପଠାରେ ଫୋପାଡି ଦିଆଯାଇଛି କି ? ତାକୁ ନେଇ ତନାଘନା ଜାରି ରହିଛି । ଗତ ୨୧ ତାରିଖରେ ତ୍ରିଶୁଳିଆ କାଠଯୋଡ଼ି ନଦୀ ପଠାରେ ଜଣେ ମହିଳାଙ୍କ ଗଳିତ ଶବ ବାଲି ଭିତରୁ ମିଳିଥିଲା । ଆଜି ପର୍ୟ୍ୟନ୍ତ ତାହାର ଚିହ୍ନଟ ହୋଇପାରିନାହିଁ ।

 

Leave a Reply

Your email address will not be published. Required fields are marked *