ଆଠମଲ୍ଲିକ,୨୨/୦୪/୨୦୨୬ (ଓଡ଼ିଶା ସମାଚାର)- ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗ୍ରାମରେ ଗୁଳି ଫୁଟିଛି। ଗାଁକୁ ବୌଦ୍ଧ ଅଞ୍ଚଳରୁ ବିବାହ ପାଇଁ ଆସିଥିବା ଏକ ବର ର ରୋଷଣି ଚାଲିଥିବା ବେଳେ ହଠାତ୍ ଗୁଳି ଫୁଟିଥିଲା। ଏଥିରେ ବେଲପୁଞ୍ଜି ଗ୍ରାମର ୨ ଜଣ ଆହତ ହୋଇଛନ୍ତି।ଜଣେ ବ୍ୟକ୍ତିଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ଡାହାଣ ହାତରେ ଗୁଳି ବାଜିଛି। ତୁରନ୍ତ ୨ ଆହତ ଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳିଚାଳନା କରିଥିବା ବ୍ୟକ୍ତି ଜଣକ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ପାଇ ଆଠମଲ୍ଲିକ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଗୁଳିଚାଳନା ହୋଇଛି ତାହା ସ୍ପଷ୍ଟ ହୋଇନଥିବା ପୁଲିସ୍ ସୂଚନା ଦେଇଛି। ଅପରପକ୍ଷରେ ଗୁଳିଚାଳନା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ବାହାଘର ପାଇଁ ବର ର ରୋଷଣି ବେଳେ ଫୁଟିଲା ଗୁଳି, ୨ ଆହତ
