କଟକ,୨୦/୦୮/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା)-ପାହାଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଜୟରଶାସନ ପଞ୍ଚବଟୀସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସବୁଦିନ ଟିଭି ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ପାହାଳ ଥାନା ଆଇଆଇସି ଅଶ୍ୱିନୀ କୁମାର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏଭଳି ପ୍ରତିଯୋଗିତାମୂଳକ ଆୟୋଜନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।
ଟ୍ରଷ୍ଟର ପ୍ରତିଷ୍ଠାତା ସନାତନ ପରିଜା, ଅଧ୍ୟକ୍ଷ ହୃଦାନନ୍ଦ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ବିଦୁସ୍ମିତା ଦାଶ, ଆଲବମ ଅଭିନେତା ରୁଦ୍ରମନ, ହୃଷିକେଶ ଛୋଟରାୟ, ନରେନ ମଙ୍ଗରାଜ, ଗୁରୁପ୍ରସାଦ ମହାପାତ୍ର, ଦିଲ୍ଲୀପ ଷଡ଼ଙ୍ଗୀ, କିଶୋର ଭୋଇ, ପ୍ରଣୟ ସ୍ବାଇଁ ଓ ରଶ୍ମିତା ବିଶ୍ୱାଳ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବକ୍ତୃତା, କୁଇଜ, ନୃତ୍ୟ ଓ ସଙ୍ଗୀତ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷା ସହିତ ସାଂସ୍କୃତିକ ଓ ସୃଜନଶୀଳ କ୍ଷେତ୍ରରେ ପିଲାମାନଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ। ଅନୁଷ୍ଠାନର ସମ୍ପାଦକ ଭବାନୀଶଙ୍କର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମହାଶ୍ୱେତା ପଟ୍ଟନାୟକ, ରୀତା ନାୟକ, ବିନିତା ସାହୁ, ଜୟଶ୍ରୀ ଖଟୁଆ ଓ ମମତା ସାହୁ ପ୍ରମୁଖ ସହଯୋଗ କରିଥିଲେ।
