ସମାଜସେବୀ ଓ ଧର୍ମପରାୟଣ ମହିଳାଙ୍କ ପରଲୋକ

ଖଲ୍ଲିକୋଟ, ୨୬/୧୦/୨୦୨୪ (ଓଡ଼ିଶା ସମାଚାର)-ଅଞ୍ଚଳର ବିଶିଷ୍ଟ ସମାଜସେବୀ ଓ ଧର୍ମପରାୟଣ ମହିଳା ଶ୍ରୀମତୀ ବାସନ୍ତୀ ପଣ୍ଡା(୮୪) ଗୁରୁବାର ଦିନ ସ୍ଥାନୀୟ ବଡଦାଣ୍ଡ ସାହି ସ୍ଥିତ ନିଜସ୍ବ ବାସଭବନରେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ପଣ୍ଡା ସ୍ଥାନୀୟ ଅଞ୍ଚଳରେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ପ୍ରଦିପ, ମଧ୍ୟମ ପୁତ୍ର ଦୀପକ, କନିଷ୍ଠ ପୁତ୍ର ରଞ୍ଜିବ, ବହୂ, ଏକମାତ୍ର କନ୍ୟା ତଥା ସିଟି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଅନିତାଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ। ବିୟୋଗ ଖବର ପ୍ରସାରିତ ହେବା ପରେ ପରିବାର ବର୍ଗଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ପୁରି ସ୍ଥିତ ସ୍ବର୍ଗଧାମ ଠାରେ ସ୍ଵର୍ଗତ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ସ୍ବର୍ଗତ ପଣ୍ଡାଙ୍କୁ ଜ୍ୟେଷ୍ଠ ପୁତ୍ର ପ୍ରଦିପ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତ ବାସନ୍ତୀ ପଣ୍ଡା ଏକାଧାରରେ ଜଣେ ଧର୍ମ ପରାୟଣା, ସରଳ, ଅମାୟିକ, ସ୍ନେହୀ, ମିଷ୍ଟଭାଷୀ, ଦରଦୀ ଓ ପରୋପକାରୀ ମହିଳା ଥିଲେ।  ସେ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସ୍ଵର୍ଗତ ପଣ୍ଡାଙ୍କର ସ୍ଵାମୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ଦୁଇ ବର୍ଷ ତଳେ ସ୍ଵର୍ଗାରୋହଣ ହୋଇଯାଇଛି।

Leave a Reply

Your email address will not be published. Required fields are marked *