ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମା ଧମକ

ତଲାସୀ ପରେ ପରିସର ସୁରକ୍ଷିତ
ଭୁବନେଶ୍ୱର,୧୭/୦୭/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟର ଦୁଇଟି ଜିଲା କୋର୍ଟକୁ ବୋମା ଧମକ ମିଳିଥିଲା । ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ଧମକ ଦିଆଯାଇଥିଲା ।

ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଝାରସୁଗୁଡ଼ା ଜିଲା ଓ ଦୌରାଜଜ୍ ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ଆଜି ଶୁକ୍ରବାର କୋର୍ଟ ପରିସରରେ ଚାଂଚଲ୍ୟ ସୃଷ୍ଟି ହୋଇଥିଲା । ସୂଚନା ପାଇବା ମାତ୍ରେ ପୁଲିସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଥିଲେ । ତେବେ ତଲାସୀ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବାରୁ କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଘୋଷଣା କରାଯାଇଛି ।

ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ, ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ପୁଲିସ ତୁରନ୍ତ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ବ୍ୟାପକ ତଲାସୀ ଚଳାଇଥିଲା । ତଲାସୀ ସମୟରେ କୌଣସି ବିସ୍ଫୋରକ କିମ୍ବା ଆପତିିଜନକ ବସ୍ତୁ ମିଳିନଥିବାରୁ କୋର୍ଟ ପରିସର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *