ପଂଚମ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ-୨୦୨୬

ଭୁବନେଶ୍ୱର,୦୧/୦୨/୨୦୨୬ (ଓଡ଼ିଶା ସମାଚାର)-ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ମା’ ସୁନାଦେଈ ୱାକର୍ସ କ୍ଲବ, ଭୁବନେଶ୍ୱରର ବାର୍ଷିକ ଉତ୍ସବ ଅବସରରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପଂଚମ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦ୍ଘାଟକ ରାଜୀବ ଶେଖର ସାହୁ, ପ୍ରତିଷ୍ଠାତା ଉପଦେଷ୍ଟା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ବୃକ୍ଷପ୍ରେମୀ ସୁନାରାମ ସିଂହ, ସମାଜସେବୀ ନବକିଶୋର ବେହେରା, ସମାଜସେବୀ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ପାଇକ ଆଖଡ଼ା ସଂଘ ସଭାପତି ଶ୍ରୀଯୁକ୍ତ ପ୍ରକାଶ ଶ୍ରୀଚନ୍ଦନ, ଜଟଣୀ ଅଂଚଳର ଖ୍ୟାତନାମା ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ ଜେନା, ଶ୍ରୀମତୀ ପ୍ରଭାତୀ ବାରିକ, ନାଟ୍ୟ ନିର୍ଦେଶକ ଅବିନାଶ ଦଣ୍ଡପାଟ ଓ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ବାରିକ (ବିଭୁ) ମଂଚାସୀନ ହୋଇ ଯାତ୍ରା କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସେଙ୍ଗ ସେଙ୍ଗ ନିଶାମୁକ୍ତ କଳା ପ୍ରଦର୍ଶନ ନିମନ୍ତେ ଉପଦେଶ ଦେଇଥିଲେ ।

ପ୍ରଥମରୁ ଗୋଲକ ବିହାରୀ ନାୟକ, ଦୀନେଶ କୁମାର, ଜେ. ମନୀଷ, ନିହାରିକା, ବ୍ୟାସଦେବ ଓ ମୀନାକ୍ଷୀ ବିଭିନ୍ନ ସଙ୍ଗୀତ ପରିବେଷଣ କରି ପରିବେଶକୁ ତରଙ୍ଗାୟିତ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ନାଟକ ଭାବରେ ରଙ୍ଗମହଲାର ନାଟକ ‘ନଅଙ୍କ ଦୁର୍ଭିକ୍ଷ’କୁ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ଲୋକପ୍ରିୟ ନାଟକ ଭାବରେ କୋଣାର୍କ ଗଣନାଟ୍ୟର ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ଓ ଯାତ୍ରା ରଙ୍ଗ ମହଲର ‘କଟି କଟି ଡବଲ କଟି’କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଶ୍ରେଷ୍ଠ ନାଟ୍ୟକାର ଭାବେ ଡଃ ଦୀପକ ଜେନା, ଶ୍ରେଷ୍ଠ ନିର୍ଦେଶକ ଭାବେ ଗୁରୁପ୍ରସାଦ ମିଶ୍ର ଓ ଦୀନେଶ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ ଗୀତିକାର ନିଗମ ମିଶ୍ର, ଶ୍ରେଷ୍ଠ ସଙ୍ଗୀତ ନର୍ଦେଶକ ବିକାଶ ଶୁକ୍ଲା ଓ ଶ୍ରେଷ୍ଠ ଗୀତିକାର ସାସମଲ ମାନସଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଅଭିନୟନରେ ସ୍ୱତନ୍ତ୍ର ସମ୍ମାନ-ପୀୟୁଷ ତ୍ରିପାଠୀ, ଲୋକପି୍ରୟ ନାୟକ ବିନୋଦ କୁମାର, ଲୋକପ୍ରିୟ ନାୟିକା ବେବିନା, କାବେରୀ ପାଢୀ, ଲୋକପ୍ରିୟ ନାୟିକା ନାୟକ ଯୋଡ଼ି ସ୍ମରଣିକା ଓ ରୁଦ୍ର, ହାସ୍ୟ ଅଭିନେତା ଯୋଡ଼ି ଟୁକୁ ପଣ୍ଡା, ବାପି ପଣ୍ଡା, ଶ୍ରେଷ୍ଠ ଖଳନାୟକ କାହ୍ନା ସ୍ୱାଇଁ, ନବାଗତ ଖଳନାୟକ ରାଜବୀର, ଶ୍ରେଷ୍ଠ ଖଳନାୟିକା ରୂପାଲି ଏବଂ ୬୦ରୁ ଉଦ୍ଧ୍ୱର୍ କଳାକାର, ପ୍ରଯୋଜକ, ନବାଗତ ଯାତ୍ରା ଅନୁଷ୍ଠାନ, ପ୍ରଚ୍ଛଦପଟ ଯାତ୍ରାଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା ।

ଉପରେକ୍ତ କଳାକାରଙ୍କୁ ମଂଚରେ ଅତିଥି ଭାବରେ ପ୍ରଶାନ୍ତ ମହାନ୍ତି, ରୀତା ମହାନ୍ତି, ଭଜକୃଷ୍ଣ ମହାନ୍ତି, ବିବେକାନନ୍ଦ ବାରିକ, ପ୍ରଭାତୀ ବାରିକ, ଅରବିନ୍ଦ ବାରିକ, ଜୟନ୍ତୀ ମିଶ୍ର, ଲିପ୍ସା ମହାପାତ୍ର, ଅମିତା ଦାସ, ରାଜ ରାଜେଶ୍ୱରୀ, ସଂଯୁକ୍ତା ପାଣିଗ୍ରାହୀ, ବିଶ୍ୱରଞ୍ଜନ ନାୟକ, ଭୀମସେନ ଦାସ, ମନ୍ଦାକିନୀ ପାତ୍ର, ମନୋଜା ମହାନ୍ତି, ଉର୍ମିଳା ନନ୍ଦ, ମଧୁ ମହାନ୍ତି, ତୃପ୍ତି ଜେନା, ମଧୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କ ଯାତ୍ରା ସମ୍ମାନରେ ସମ୍ମାନିତ କରିଥିଲେ । ଶୃଙ୍ଖଳିତ ଯାତ୍ରା ଅନୁଷ୍ଠାନ ଭାବରେ ଶିବାନୀ ଗଣନାଟ୍ୟକୁ ସମ୍ମାନିତ କରାଯାଇଥିଲା । ଦୀର୍ଘ ୪ ଘଂଟା ଧରି ଚାଲିଥିବା ଏହି ବର୍ଣ୍ଣାଢ୍ୟ ଉତ୍ସବକୁ ବିଶିଷ୍ଟ କବି, ନାଟ୍ୟକାର, ନିର୍ଦେଶକ ଓ ଅଭିନେତା ଭଜକୃଷ୍ଣ ମହାନ୍ତି ସୁନ୍ଦର ଭାବରେ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *