କେନ୍ଦ୍ରାପଡାରେ ଇଦ୍ ପର୍ବ ହର୍ସୋଲାସ ସହ ପାଳିତ

କେନ୍ଦ୍ରାପଡ଼ା, ୧୧/୦୪/୨୦୨୪ (ଓଡ଼ିଶା ସମାଚାର)- ମୁସଲମାନ ସମ୍ପ୍ରଦାୟର ଗଣପର୍ବ ଇଦ୍-ଉଲ୍-ଫିତର ଆଜି କେନ୍ଦ୍ରାପଡା ସହରାଂଚଳ ଓ ଗ୍ରାମାଂଚଳରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ସକାଳ ୮ଟା ଠାରୁ ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ପୁରୁଣା ଓ ନୂଆ ଇଦ୍ଘା ପଡିଆ, ହାଇସ୍କୁଲ ପାଖ ମସଜିଦ୍,ଦିଲାରପୁର ମସଜିଦ୍, ଫକିରାବାଦ୍ ମଜଜିଦ୍, ମୀରପାଟଣା ମସଜିଦ୍, ବଡହାଟ ମଜଜିଦ୍, କଜଳା ମସଜିଦ୍ ଓ ଗରାପୁର ମସଜିଦ ପ୍ରଭୃତି୍ରେ ସମୁହ ପ୍ରାର୍ଥନା କରାଯାଇ ଆନନ୍ଦ ଉଲ୍ଲାସର ସହିତ ଇଦ୍ ପର୍ବ ପାଳନ ହୋଇଯାଇଛି । ଗୋଟିଏ ମାସ ସୂର୍ଯେ୍ୟାଦୟ ପୂର୍ବରୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ରୋଜା ରଖିବା ସହିତ ଦିନସାରା ଉପବାସ ରହିଥାନ୍ତି ଓ ସୂର୍ଯ୍ୟାସ୍ତପରେ ସନ୍ଧ୍ୟାରେ ଉପବାସ ପରିହାର କରି ଖାଦ୍ୟ ଗ୍ରହଣ କରିଥାନ୍ତି । ରମଜାନର ଓସା ଓ ତରାବି ୨୯ଦିନରେ ପାଳନ କରି ବୁଧବାର ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ହେବାରୁ ଆଜି ଇଦ୍-ଉଲ-ଫିତର ପର୍ବ ପାଳନ କରାଯାଇଥିଲା । ଏହି ଅବସରରେ ଧନୀ ଲୋକମାନେ ଗରିବ ଲୋକମାନଙ୍କୁ ଯକ୍ରାତ ଓ ପିତରା ବଂଟନ କରିଥିଲେ । ଯାହା ଫଳରେ କି ଗରିବ ଲୋକମାନେ ମନ ଖୁସିରେ ଇଦ୍ପର୍ବ ପାଳନ କରିଥାନ୍ତି । ଏହି ଉପଲକ୍ଷେ ଆଜି ସହରକୁ ଆଲୋକମାଳା ରେ ସଜ୍ଜିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ସୁଦୃଶ୍ୟ ତୋରଣମାନ ନିର୍ମାଣ କରାଯାଇଥିଲା । ମୁସଲମାନ ସଂମ୍ପ୍ରଦାୟର ଆବାଳବୃଦ୍ଧବନିତା ନୂତନ ପୋଷାକ ପରିଧାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ଜିଲା ବିଜେଡି ସଭାପତି ଧିରେନ ସାହୁ, ହିରଣ୍ୟ ପଣ୍ଡା,ସୌମେନ୍ଦ୍ର ପୃଷ୍ଟି, ଉମେଶ ନାୟକ, ସଲିମ ଖାନ, ଜିଲା ମହିଳା ବିଜେଡି ସଭାନେତ୍ରୀ ରୋସ୍ନା ସାହୁ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ସରକାରୀ ଓକିଲ ସଞ୍ଜୟ ଜେନା, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ରାଜେଶ ମହାନ୍ତି, ଶ୍ରମିକ ନେତା ମୁକ୍ତାର ଖାଁ, ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗ ସାଧାରଣ ସମ୍ପାଦକ ସୟଦ ଅବଦୁଲ ସତାର ପ୍ରମୁଖ ପ୍ରାର୍ଥନା ସ୍ଥଳରେ ପହଂଚିି ଉଭୟ ହିନ୍ଦୁ ଓ ମୁସଲମାନ ଭାଇମାନେ କାନ୍ଧ ମିଳାଇବା ସହ ପରଷ୍ପରକୁ ଇଦ୍ ମୁବାରକ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *