ଭାଗ ନେବେ ୮ ଦଳ,ଚାମ୍ପିଅନ ଟିମକୁ ୧ ଲକ୍ଷ ଟଙ୍କା ପୁରସ୍କାର
ଭୁବନେଶ୍ୱର,୨୦/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚଳିତ ମେ ୨୨ରୁ ୨୭ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ ଆନୁକୂଲ୍ୟରେ ଦ୍ୱିତୀୟ ମାଇକେଲ କିଣ୍ଡୋ ସ୍ମାରକୀ ନିଖତ୍ଳ ଭାରତୀୟ ମହିଳା ହକି ଚାମ୍ପିଅନଶିପ ଅନୁଷ୍ଠିତ ହେବ । ହକି ଆସୋସିଏସନ ଅଫ ଓଡିଶାର ସହଯୋଗରେ ଓ ହକି ଇଣ୍ଡିଆଣ୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନଶିପରେ ଦେଶର ୮ଶ୍ରେଷ୍ଠ ମହିଳା ହକି ଦଳ-ସ୍ପୋଟର୍ସ ହଷ୍ଟେଲ ରାଉରକେଲା, ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ,ସାଉଥ ଇଷ୍ଟର୍ଣ୍ଣ ରେଲେଓ୍ୱ, ସାଇ କୋଲକାତା,ସ୍ପୋଟର୍ସ ହଷ୍ଟେଲ ସୁନ୍ଦରଗଡ, ହକି ସିମଡେଗା,ଓଡିଶା ପୋଲିସ ଓ ସିଆଇଏସଏଫ ଅଂଶ ଗ୍ରହଣ କରିବେ । ଲିଗ୍ ମ୍ୟାଚ ଗୁଡିକ ମେ ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ଏବଂ ୨୫ ତାରିଖ ବିଶ୍ରାମ ଦିବସ ରହିବ ।
ସେମିଫାଇନାଲ ମେ ୨୬ ତାରିଖ ଦିନ ଓ ୨୭ ତାରିଖ ଦିନ ଗ୍ରାଣ୍ଡ ଫାଇନାଲ ସହିତ ତୃତୀୟ ସ୍ଥାନ ମ୍ୟାଚ ଅନୁଷ୍ଠିତ ହେବଜ୍ଝ ଟୁର୍ଣ୍ଣାମେଣ୍ଡ ସମୟରେ ପ୍ରତିଦିନ ସନ୍ଧ୍ୟା ୫.୩୦ରେ ମ୍ୟାଚ ଉଦଘାଟିତ ହେବ । ଗ୍ରୁପ ଏରେ ସ୍ପୋଟର୍ସ ହଷ୍ଟେଲ ରାଉରକେଲା, ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ,ସାଉଥ ଇଷ୍ଟର୍ଣ୍ଣ ରେଲେଓ୍ୱ, ସାଇ କୋଲକାତା ଥିବା ବେଳେ ଗ୍ରୁପ ବିରେ ଅଛନ୍ତି ସ୍ପୋଟର୍ସ ହଷ୍ଟେଲ ସୁନ୍ଦରଗଡ, ହକି ସିମଡେଗା,ଓଡିଶା ପୋଲିସ ଓ ସିଆଇଏସଏଫ । ଚାମ୍ପିଅନ ଦଳକୁ ୧ଲକ୍ଷ ଟଙ୍କା, ରନର୍ସ ଅପ ଦଳକୁ ୫୦ ହଜାର, ତୃତୀୟ ସ୍ଥାନ ଦଳକୁ ୩୦ ହଜାର ଓ ଚତୁର୍ଥ ସ୍ଥାନ ପ୍ରାପ୍ତ ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ପ୍ରତି ମ୍ୟାଚର ବିଜେତା ଦଳକୁ ୩ ପଏଣ୍ଟ ଓ ଡ୍ର ମ୍ୟାଚ ପାଇଁ ୨ପଏଣ୍ଟ ଲେଖାଏଁ ମିଳିବ ।
ବୁଧବାର ଏହି ଉପଲକ୍ଷେ ଆୟାଜିତ ଏକ ସମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ଦିଲ୍ଲିୀପ ତିର୍କୀ,ଚେୟାରମ୍ୟାନ କ୍ୟାପଟେନ୍ ରତିକାନ୍ତ ନାୟକ, ସଭାପତି କ୍ୟାପଟେନ୍ ବିଶ୍ୱବିଜୟ ସାହୁ, ସେକ୍ରେଟାରୀ ରଞ୍ଜନ କୁମାର ଦାସ ଓ ଆଡଭାଇଜର ଡ. ସେଶା କିଷାନଙ୍କ ସହିତ ଉପସ୍ଥିତ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ ଏହି ଚାମ୍ପିଅନଶିପ କେବଳ ଏକ କ୍ରୀଡା ପ୍ରତିଯୋଗିତା ନୁହେଁ,ଏହା ଭାରତୀୟ ହକି ପାର୍ଇ ମହତ ଅବଦାନ ଦେଇଥିବା କିମ୍ବଦନ୍ତୀ ହକି ଆଇକନ ମାଇକେଲ କିଣ୍ଡୋଙ୍କ ପ୍ରତି ଏକ ଶଦ୍ଧାଞ୍ଜଳୀ । ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଆମେ ତାଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ସହିତ ମହିଳା ହକିକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ବିଭିନ୍ନ ଅଞ୍ଚଳର ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖତ୍ । ସେହି ଦୃଷ୍ଟିରୁ ଏହି ଚାମ୍ପିଅନଶିପ୍ ଭାରତୀୟ ହକିର ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଏକ ବିନମ୍ର ପଦକ୍ଷେପ ।
