ବିଜେପି ନେତା ଟିଟାଙ୍କ ଧର୍ମପତ୍ନୀ ଇତିଶ୍ରୀ ମହାନ୍ତିଙ୍କ ହୃଦଘାତରେ ପରଲୋକ,ଶୋକର ଛାୟା 

କଟକ ସଦର,୨୦/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସ ମୈ।ଜା ଅଞ୍ଚଳର ଜଣାଶୁଣା ବିଜେପି ନେତା ତଥା କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶୁଭନ୍ୟାସ ମହାନ୍ତି (ଟିଟା)ଙ୍କ ଧର୍ମପତ୍ନୀ ଇତିଶ୍ରୀ ମହାନ୍ତି (୪୨)ଙ୍କର ଆଜି ବୁଧବାର ଦିନ ହୃଦଘାତରେ ପରଲୋକ ଘଟିଥିବା ଜଣାପଡିଛି।

ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ଧର୍ମପରାୟଣ ମହିଳା ଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏଵଂ ବିଜେପି ମହଲରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପରଲୋକ ଗତ ଇତିଶ୍ରୀ ଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *