ଟାଙ୍ଗୀ ବ୍ଲକରେ ପୋଲିସ ଏସକଟ୍ ରେ ପହଞ୍ଚିଲେ ବିବାଦୀୟ ବିଜେପି ନେତା ଅରିନ୍ଦମ ଓ ଅଭୟ 

କଟକ ସଦର,୨୦/୦୫/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ଜିଲ୍ଲା ଟାଙ୍ଗୀ ବ୍ଲକରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରି ଵାଵାଦୀୟ ହୋଇ ପଡିଥିବା ଟାଙ୍ଗୀ ସାଲେପୁର ର ପରାଜିତ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଓ ଆଠଗଡ଼ ର ପରାଜିତ ବିଜେପି ପ୍ରାର୍ଥୀ ଅଭୟ ବାରିକ ଆଜି ବୁଧବାର ଦିନ ଗୋଟିଏ ଗାଡ଼ିରେ ପୋଲିସ ଏସକଟ୍ ରେ ଏଵଂ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ବ୍ଲକରେ ପ୍ରବେଶ କରିଥିବା ଜଣାପଡିଛି।

ହେଲେ ପୋଲିସ ଅଧିକାରୀ ମାନଙ୍କ ସମ୍ମୁଖରେ ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୁକ୍ତ ମାନଙ୍କ ନାଁ ରେ ଯେଉଁ ପୋଲିସ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି ସେହି ପୋଲିସ ଆଜି କିପରି ସେମାନଙ୍କୁ ଗିରଫ କରିବା ବଦଳରେ ସୁରକ୍ଷା ଯୋଗାଇଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଅରିନ୍ଦମଙ୍କୁ ସାମ୍ବାଦିକ ମାନେ ଘେରିଯାଇ ଚାରିଣି ଆଠେଣି କହି ଚାଉଳ ଦେଖାଇ ପାଲଟା କଟାକ୍ଷ କରିଥିଲେ। ହେଲେ ଅରିନ୍ଦମ କିଛି ନକହି କେବଳ ହାତଯୋଡି ନମସ୍କାର କରିଥିବା ଦେଖାଯାଇଥିଲା। ସେହିପରି ଟାଙ୍ଗୀ ବ୍ଲକରେ ଗୁଣ୍ଡାଗର୍ଦ୍ଦି କରି ଅରାଜକତା ସୃଷ୍ଟି କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଟାଙ୍ଗୀ ସାଲେପୁର କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ହରିବନ୍ଧୁ ସତପଥି ଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ଥାନାରେ ଦାବି ପତ୍ର ଦେଇଥିବା ଜଣାପଡିଛି।

 

Leave a Reply

Your email address will not be published. Required fields are marked *