ଭୁବନେଶ୍ୱର,୨୦/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଫଳ। ମଧ୍ୟାହ୍ନ ସାଢ଼େ ୧୨ଟାରେ ପରୀକ୍ଷା ଫଳ ଘୋଷଣା ହୋଇଛି। ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୁକ୍ତ +୨ ପରୀକ୍ଷା ଫଳ ପୁସ୍ତିକା ଉନ୍ମଚୋନ କରିବା ଫଳ ଘୋଷଣା କରିଛନ୍ତି। ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି। ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି।ଆଜି ଅପରାହ୍ନ ୩ଟାରୁ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ https://results.odisha.gov.in କିମ୍ବା https://results.digilocker.gov.in ରେ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେଶନ ନମ୍ବର ଦେଇ ପରୀକ୍ଷାଫଳ ଦେଖିପାରିବେ। ସେହିପରି ଛାତ୍ରୀଛାତ୍ର ନିଜ ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କଶିଟ ଡାଉନଲୋଡ କରିପାରିବେ। ପରୀକ୍ଷା ଫଳ ଲୋକାର୍ପଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସଚିବ ଏନ୍ ତିରୁମାଲା ନାଏକ, ସିଏଚ୍ଏସ୍ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ପରିଡ଼ା ଓ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ।
କଳା ପରୀକ୍ଷାରେ ମୋଟ୍ ପାସ୍ ହାର ୮୪.୫୦ ପ୍ରତିଶତ ରହିଛି। କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ। । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ।
ବାଣିଜ୍ୟ ସର୍ବମୋଟ୍ ପାସ୍ ହାର ରହିଛି ୮୮.୦୭ ପ୍ରତଶତ ରହିଛି। ୮୬.୦୭ ପ୍ରତିଶତ ଛାତ୍ର କୃତକାର୍ଯ୍ୟ କରିଛନ୍ତି। ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ।
ଚଳିତ ବର୍ଷ ବିଜ୍ଞାନରେ ସର୍ବମୋଟ୍ ୮୮.୮୦ ପ୍ରତିଶତ ପାସ୍ ହୋଇଛନ୍ତି। ଛାତ୍ରଙ୍କ ପାସ୍ ହାର ପ୍ରତିଶତ ୮୭.୪୧ ଏବଂ ଛାତ୍ରୀଙ୍କ ପାସ୍ ହାର ୯୦.୨୪ ପ୍ରତିଶତ ରହିଛି। । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଧନ୍ଦାମୂଳକରେ ସର୍ବମୋଟ୍ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି । ଧନ୍ଦାମୂଳକ ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୦.୪୩ ପ୍ରତିଶତ ରହିଛି। ମୋଟ ୪,୦୧, ୬୨୩ ପଞ୍ଜୀକୃତ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ ସେଥିରୁ ୩, ୯୮,୦୯୦ଜଣ ପରୀକ୍ଷା ଦେଇଥିଲେ । ମୋଟ୍ ୩, ୪୧, ୭୮୧ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷା ପାସ୍ ହାର୍ ୭୭.୬୨%। ଏଥିରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ। ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଙ୍କ ପାସ୍ ହାର ୭୧.୪୯%। ଛାତ୍ରୀଙ୍କ ପାସ୍ ହାର ୮୩.୪୫%।
ଚଳିତ ବର୍ଷ ଛାତ୍ରଛାତ୍ରୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ । ରେଜଲ୍ଟ ପ୍ରକାଶ ପରେ ଗଣଶିକ୍ଷା ମନ୍ତ୍ରୀ ଏହା ଘୋଷଣା କରିଛନ୍ତି । କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ ମିଳିବ। ପିଲା ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ସୁଯୋଗ ମିଳିବ। ଜୁଲାଇ ପ୍ରଥମ ସପ୍ତାହରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ହେବ ।
