ଏବିଭିପି ତରଫରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ

ଭୁବନ ୧୯/୦୫/୨୦୨୬ (ଓଡ଼ିଶା ସମାଚାର)-  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ଏବିଭିପି) ଭୁବନ ଶାଖା ତରଫରୁ ମହିଳା ମହାବିଦ୍ୟାଳୟରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ର/ଛାତ୍ରୀ ଙ୍କ ସମେତ ଏନ୍ ଏ ସି ର ଶ୍ରେଷ୍ଠ ୩୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିରେ ରମାଦେବୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସୁପରଭାଇଜର ଡଃ ମମତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନେ ପାଠପଢ଼ା ସହିତ ସାମାଜିକ ଜୀବନରେ ଧ୍ୟାନ ଦେବା ଏବଂ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡ଼ା ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଏବିଭିପି ର ପୂର୍ବତନ ରାଜ୍ୟ ସଭାପତି ଦିଲୀପ କୁମାର ଦାସ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରହୀତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁଗ୍ମ ସମ୍ପାଦକ ରାଜ କୁମାର ମିଶ୍ର, ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ ଯୋଗଦେଇ ଏବିଭିପି ର ନୀତି,ଆଦର୍ଶ ଓ ବିଚାରଧାରା ସମ୍ପର୍କରେ ଆଲୋକପାତ କରିଥିଲେ।

ନଗର ସଭାପତି ଅଧ୍ୟାପକ ନିରଞ୍ଜନ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଜ୍ଞାନ ରଞ୍ଜନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୀତି ରଞ୍ଜନ ସାହୁ,ପ୍ରଶାନ୍ତ ଦାସ,ସୁଭଦ୍ରା ପାତ୍ର,ଶ୍ରୀୟା ବାରିକ,ପ୍ରଜ୍ଞା ରଞ୍ଜନ ସାହୁ,ଚିନ୍ମୟୀ ପ୍ରଧାନ, ପ୍ରଜ୍ଞା ସାହୁ ଙ୍କ ସମେତ ଏବିଭିପି ନଗର କାର୍ଯ୍ୟକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରି ସଫଳ କରିଥିଲେ।

 

Leave a Reply

Your email address will not be published. Required fields are marked *