ଭୁବନେଶ୍ୱର, ୦୭/୦୩/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୨୦୧୩ ମସିହା ଠାରୁ ନିଯୁକ୍ତି ପ୍ରାପ୍ତ ପାର୍ଟ ଟାଇମ୍ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ଗତ କାଲି ୬ ମାର୍ଚ୍ଚ ଠାରୁ ବିଧାନ ସଭା ସମ୍ମୁଖରେ ଧାରଣା ଦେଇଥିଲା । ଦୀର୍ଘ ୧୧ବର୍ଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପାର୍ଟ ଟାଇମ୍ ଭାବରେ କାର୍ଯ୍ୟ କରିଆସୁଥିଲେ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ, ମୁଖ୍ୟ ଦାବି ଥିଲା ସ୍ଥାୟୀ ନିଯୁକ୍ତି । କିନ୍ତୁ ଗତ କିଛି ଦିନତଳେ ସରକାର ସେମାନଙ୍କ ପାରିଶ୍ରମିକ ୩୦୦୦ ବୃଦ୍ଧି, ମାସକୁ ୨୪ ପିରିୟଡ଼ ରୁ ୩୦କୁ ବୃଦ୍ଧି । ୧୦ ରୁ ୧୨ମାସ ପାରିଶ୍ରମିକ ଏବଂ ମାତୃତ୍ୱ ଛୁଟି ମଞ୍ଜୁର କରି ଘୋଷଣା କରିଥିଲେ । କିନ୍ତୁ ରାଜ୍ୟର ୫ହଜାର ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ସେଥିରେ ଖୁସିନଥିବା ଦର୍ଶାଇ ସରକାର ପୁନଃ ବି•ର କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଥିଲେ । ପ୍ରଥମ ଦିନରେ ଆଲୋଚନା ବିଫଳ ହେବା ପରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ହସ୍ତକ୍ଷେପ ନିମନ୍ତେ ୫ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଅନୁରୋଧ କରିଥିଲେ । ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହ ଯୋଗାଯୋଗ ହୋଇ ଏକ ଆଲୋଚନାରେ ପ୍ରତିଶୃତି ମୁତାବକ ଏବେ କିଛି କରାଗଲା ଏବଂ ନିର୍ବାଚନ ପରେ ଦାବୀ ପୁରଣ ହେବ ବୋଲି କହିଥିଲେ । ଆମ ମୁଖ୍ୟମନ୍ତ୍ରୀ କଳା ଓ କ୍ରୀଡ଼ାପ୍ରୀୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉପରେ ସଂପୂର୍ଣ୍ଣ ଭରସା କରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ୨ଦିନ ଧରି ଚାଲିଥିବା ଆନ୍ଦୋଳନକୁ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା । ଆନ୍ଦୋଳନରେ ଉପସ୍ଥିତ ରଶ୍ମୀ ରଞ୍ଜନ ସାହାଣୀ, ଜଗତ ଜୀବନ ନାୟକ, ପ୍ରଦୀପ କୁମାର ଦାସ, ଆରତୀ ଆଚାର୍ଯ୍ୟ, ଧର୍ମେନ୍ଦ୍ର ପଣ୍ଡା, ବୀଜନ ଦାସ, ଚନ୍ଦ୍ରଭାନୁ ସୁନା, କଲ୍ୟାଣ ସେଠ୍, ହୀମାଦ୍ରୀ ସାହୁ, ମନେଜ ଚୌଧୁରୀ, ବବୁଲ ନାୟକ, ମନୋଜ ପ୍ରଧାନୀ, କ୍ଷୀତିଶ ତ୍ରୀପାଠୀ, ପ୍ରମୋଦ ଦୋରା, ରଶ୍ମୀ ରଞ୍ଜନ ମିଶ୍ର, ଦିଲ୍ଲୀପ ପଣ୍ଡା, ସ୍ୱାତୀ ମୁକ୍ତା, ଜ୍ୟୋତିର୍ମୟୀ ଦାଶ, ମୀନାରାଣୀ ମଲ୍ଲିକ, ରାଜେଶ ମିଶ୍ର, ରାଜସ୍ମିତା ଓଝା ସମେତ ବହୁ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ବୋଲି ଆବାହକ ରଘୁନାଥ ସାମଲ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।