ଟାଙ୍ଗୀ ଠାରେ ଖୋଲିଲା ଜେଏମଏଫସି କୋର୍ଟ 

କଟକ ସଦର,୧୯/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଟାଙ୍ଗୀ ଠାରେ ଆଜି ମଙ୍ଗଳବାର ଦିନ ଟାଙ୍ଗୀ-ଚୈ।ଦ୍ୱାର ସିଭିଲ୍ ଜଜ୍ (ଜୁନିଅର ଡିଭିଜନ) କମ୍ ଜେଏମଏଫସି (ଦେୱ।ନୀ ଵିଚାରପତି, କନିଷ୍ଠ ଶ୍ରେଣୀ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍)ଙ୍କ କୋର୍ଟ ଖୋଲିଛି। ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ ଉଦଘାଟନ କରିଛନ୍ତି ।

 ଏଥିରେ ବହୁ ବ୍ୟକ୍ତିବିଶେଷ ଓ ଓକିଲ ଯୋଗ ଦେଇଥିଲେ । ଏହି ଅଦାଲତ ଖୋଲିଵା ଦ୍ୱାରା  ଜନସାଧାରଣ ବହୁ ମାତ୍ରାରେ ଉପକୃତ ହେବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *