ସ୍ୱତନ୍ତ୍ର ସଘନ ସଂଶୋଧନ Special Intensive Revision (SIR) କାର୍ଯ୍ୟକ୍ରମ ସମ୍ପର୍କରେ  ରାଜନୈତିକ ଦଳ ର ପ୍ରତିନିଧିମାନଙ୍କ ସହ ବୈଠକ

ଜଗତସିଂହପୁର, ୧୮/୦୫/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜଗତସିଂହପୁର ଶ୍ରୀ ଜେ. ସୋନାଲ ଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ Special Intensive Revision (SIR) କାର୍ଯ୍ୟକ୍ରମ ସମ୍ପର୍କରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳ ର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ର ୪ ନିର୍ବାଚନ ମଣ୍ଡଳୀ ର ପଞ୍ଜିକରଣ ଅଧିକାରୀ-ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସମ୍ବିତ କୁମାର ରାଉତ(ବାଲିକୁଦା ଏରସମା), ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ଶ୍ରୀ ନିରଞ୍ଜନ ବେହେରା(ପାରାଦ୍ଵୀପ), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଜ୍ୟୋତି ଶଙ୍କର ରାୟ(ତିର୍ତ୍ତୋଲ), ଉପ-ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ(ଜଗତସିଂହପୁର), ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ ପ୍ରଶାନ୍ତ କୁମାର ସେଠୀ, ଶ୍ରୀମତୀ କୁଞ୍ଚିତା ସାମଲ ଏବଂ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।

ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଜ୍ୟୋତି ଶଙ୍କର ରାୟ ଦୀର୍ଘ ୨୪ ବର୍ଷ ପରେ ରାଜ୍ୟ ରେ  ହେବାକୁ ଯାଉଥିବା  ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ପ୍ରକ୍ରିୟା, ବିଭିନ୍ନ ଫର୍ମ ଏବଂ ସଂଶୋଧନ କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ,ଜଗତସିଂହପୁର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପୂର୍ବ ପ୍ରସ୍ତୁତି ଅନ୍ତର୍ଗତ ୯୭.୨୫% ମ୍ୟାପିଂ କାର୍ଯ୍ୟ ସଫଳତାର ସହ ଶେଷ କରିଥିବାରୁ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ବୈଠକରେ ଗଣନା ଫର୍ମ (Enumeration Forms) ବଣ୍ଟନ ଓ ସଂଗ୍ରହ, ଦାବି ଓ ଆପତ୍ତି ଦାଖଲ ପ୍ରକ୍ରିୟା, ବୁଥ ସ୍ଥରୀୟ ପ୍ରତିନିଧି (BLAs) ନିଯୁକ୍ତି ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ସମୟସୀମା ସମ୍ପର୍କରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସମ୍ବିତ କୁମାର ରାଉତ ସମସ୍ତ ରାଜନୈତିକ ଦଳକୁ ତୁରନ୍ତ ବୁଥ ସ୍ଥରୀୟ ପ୍ରତିନିଧି (BLAs) ନିଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ରେ ବୁଥ ସ୍ଥରୀୟ ପ୍ରତିନିଧି ମାନେ ମଧ୍ୟ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନ ଓ ପରାମର୍ଶଗୁଡ଼ିକର ଉତ୍ତର ଅଧିକାରୀ ମାନଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ସଫଳ ଓ ସୁଚାରୁ ଭାବେ ସମ୍ପାଦନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *