ନିରାକାରପୁର, ୦୪/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ମଳିପଡା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣ ମ୍ୟାଚ୍ ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ଖୋର୍ଦ୍ଧା ବିଜେପି ନେତା ଶ୍ରୀ କାଳୁ ଚରଣ ଖଣ୍ଡେଇତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ଭାଇ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏଭର ଟ୍ରେଡ କଂପାନୀର ଏମ .ଡି ଧୀରେନ୍ଦ୍ର ପାଣ୍ଡେ , ମାନସ ମହାନ୍ତି , ରଂଜନ ବଡ଼ଜେନା, ନକୁଳ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଭାଇ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ ହାପି ୱାରିଅର ଓ ଡେୟାର ଡେଭିଲ୍ସ ମଧ୍ୟରେ ଖେଳା ଯାଇଥିଲା । ନିର୍ଦ୍ଧାରିତ ୧୫ ଓଭର ବିଶିଷ୍ଟ ଆଜିର ମ୍ୟାଚ୍ ରେ ହାପୀ ୱାରିଅରସ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୫ ୱିକେଟ ବିନିମୟରେ ୧୩୮ ରନ କରିଥିଲା। ଜବାବରେ ଡେୟାର ଡେଭିଲ୍ସ ୧୫ ଓଭରରେ ମାତ୍ର ୪ ଟି ୱିକେଟ ବିନିମୟରେ ମାତ୍ର ୧୧୯ ରନ କରିବାକୁ ସକ୍ଷମ ହୋଇ ମ୍ୟାଚ୍ ରେ ପରାଜୟ ବରଣ କରିଥିଲା।
ମଳିପଡ଼ା ପ୍ରିମିୟର ଲିଗ୍ କ୍ରିକେଟ: ହାପୀ ୱାରିଅରସ୍ ଚାମ୍ପିଅନ
