ମେଧାବୀ ଛାତ୍ରୀ ସ୍ମିତମ୍ ସୋନାଲିକା ପାଣି ସମ୍ବର୍ଦ୍ଧିତ

ଗରଦପୁର,୧୭/୦୫/୨୦୨୬ (ଓଡ଼ିଶା ସମାଚାର)- ଚଳିତ  ବର୍ଷ  ମାଟ୍ରିକ  ପରୀକ୍ଷାରେ  ୬୦୦ ରୁ ୫୬୧ ରଖି ଏ୧ ଗ୍ରେଡ଼  ପାଇ  ଉତିର୍ଣ୍ଣ ହୋଇଥିବା ଗରଦପୁର ବ୍ଲକ୍ ଅନ୍ତର୍ଗତ ପଂଚାୟତ ନାଗମଣି ହାଇସ୍କୁଲ ହରିଦାସପୁର ର ମେଧାବୀ ଛାତ୍ରୀ ସ୍ମିତମ୍ ସୋନାଲିକା ପାଣି ବ୍ଲକ୍ ଟପର ହୋଇଛନ୍ତି । ସେ ଚଳିତ ବର୍ଷ ଏ୧ ଗ୍ରେଡ଼  ପାଇ   ବ୍ଲକ୍ ଟପର ହୋଇ ଅଂଚଳର ଗୌରବ ଆଣିଥିବାରୁ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଆଜି ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି ଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ସଦସ୍ୟ  ସ୍ୱରୂପ ମହାନ୍ତି କମଲ ମହାନ୍ତି, ସଂଯୁକ୍ତା ବିଶ୍ୱାଳ ଓ  ରବି ନାରାୟଣ ତ୍ରିପାଠୀ ପ୍ରମୁଖ ମେଧାବୀ ଛାତ୍ରୀ ସ୍ମିତମ୍ ସୋନାଲିକା ପାଣି ଙ୍କୁ ସମ୍ଭର୍ଦ୍ଧିତ କରିବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

 

Leave a Reply

Your email address will not be published. Required fields are marked *