କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ

ପୁରୀ ୧୬/୦୫/୨୦୨୬ (ଓଡ଼ିଶା ସମାଚାର)- କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ । ପୁରୀ ଚକ୍ରତୀର୍ଥ ରୋଡ୍  ରେ  ଘଟିଛି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି ।

ପୁରୀ ଚକ୍ରତୀର୍ଥ ରୋଡ୍ ନିକଟରେ ଥିବା ଦୂର୍ଗା ଲଜ୍ ରେ ଶ୍ରମିକ ମାନେ କାମ କରୁଥିଲେ । ସେହି ସମୟରେ କାନ୍ଥ ଶ୍ରମିକଙ୍କ ଉପରେ ଭୁଶୁଡ଼ି ଯାଇଥିଲା । ଜଗତସିଂହପୁରର ପପୁ ନାମକ ଜଣେ ଶ୍ରମିକ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡ଼ି ପଡ଼ିଥିବା କାନ୍ଥ ତଳୁ ଶ୍ରମିକଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର  ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *