ଲକ୍ଷ୍ମୀପୁର ୧୬/୦୫/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା )-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ରେ ପୁଣି ମାତିଲେ ଚୋର।ଏହା ପୂର୍ବରୁ ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରି ସର୍ବସ୍ୱ ଲୁଟି ନେଉଥିବା ବେଳେ ଏବେ ଘର ପିଣ୍ଡାରେ ରହୁଥିବା ଦୁଇ ଚକିଆ ଜାନକୁ ଟାର୍ଗେଟ କରୁଛନ୍ତି ଚୋର। ବର୍ତମାନ ସୁଧା ଅନେକ ଚୋରୀ ମାମଲାରେ ପୋଲିସକୁ ସଫଳତା ମିଳି ନଥିବା ବେଳେ ଏଇ ମଟର ସାଇକଲ ଚୋରଙ୍କୁ କିପରି ଧରିବ ପୋଲିସ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଦାନା ଗୁଡା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ମଟର ସାଇକଲ ତାଙ୍କ ପିଣ୍ଡାରୁ ଉଠାଇ ନେଇ ହେଣ୍ଡେଲ ଲକ ନଖୋଲିବାରୁ ବାଟରେ ଛାଡି ଚାଲି ଯାଇଥିବା ବେଳେ ସେଇ ପାଖ ନୂଆ ସାହିରେ ରହୁଥିବା ଜଣେ ବ୍ୟବସାୟୀ ରଶ୍ମିରଂଜନ ନୟକଙ୍କ ମଟର ସାଇକଲ କୁ ଦୁର୍ବୁତ୍ତ ମାନେ ନେଇ ପଳେଇଲେ । 
ଏନେଇ ଦୁହେଁ ଲକ୍ଷ୍ମୀପୁର ୧ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କଲା ପରେ ପୋଲିସ ପହଞ୍ଚି ପାରିପାର୍ଷିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି।ହେଲେ ସ୍ଥାନୀୟ ୟୁଏନ ରାଜୁ ବାଳିକା ବିଦ୍ୟାଳୟ ପଛପଟ କିଛି ଯୁବକ ଶୌଚ ହେବା ପାଇଁ ଯାଇ ଥିବା ବେଳେ ସେଠାରେ ଏକ ଝୋଲା ଭିତରେ ଗୋଟିଏ ମଟର ସାଇକଲ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ଉକ୍ତ ମଟର ସାଇକଲ କୁ ଜବତ କରିଥିବା ବେଳେ ତାହା ଉକ୍ତ ବ୍ୟବସାୟୀ ଙ୍କ ର ବୋଲି ଜଣା ପଡିଛି।ବର୍ତମାନ ସୁଧା ଚୋର ଧାରା ପଡି ନଥିବା ଜଣା ପଡିଛି।
