କଟକ ସଦର ,୨୪/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୧୬ ବର୍ଷ ପରେ ଆଜି ଶନିବାର ଦିନ କେରଳରେ ମୈ।ସୁମୀ ପହଞ୍ଚି ଥିବା ଜଣାପଡିଛି। ଏହାର ପ୍ରଭାବରେ କଟକ ଭୁବନେଶ୍ଵର ସମେତ କଟକ ସଦର ଅଞ୍ଚଳରେ ପ୍ରାକ୍ ମୈ।ସୁମୀ ଵର୍ଷା ଲାଗି ରହିଥିବାରୁ ପ୍ରଚଣ୍ଡ ରୈ।ଦ୍ରତାପରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।
ସେହିପରି ଆସନ୍ତା ୨୭ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ର ପ୍ରଭାବ ସହ ପ୍ରାକ୍ ମୈ।ସୁମୀ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ଅଧିକ ରହିଥିବା ପାଣିପାଗ ବିଶେଷଜ୍ଞମାନେ ଆଗୁଆ ସତର୍କ ସୂଚନା ଦେଇଛନ୍ତି। ଚଳିତବର୍ଷ ରାଜ୍ୟରେ ଭଲ ଵର୍ଷା ର ସମ୍ଭାବନା ଥିବା ବେଳେ ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟରେ ମୈ।ସୁମୀ ପ୍ରବେଶ କରିବ ବୋଲି ଜଣାପଡିଛି।
